ଗମ୍ଭାରୀମୁଣ୍ଡା ବଜାର ଗୋଦାମ ଗୃହ ରୁ ୫୦ହଜାର ଟଙ୍କା ର ସାମଗ୍ରୀ ଚୋରି ଅଭିଯୋଗ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନିକଟସ୍ଥ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଦିନକୁ ଦିନ ଚୋରି ରାହାଜାନୀ ଆଦି ବଢ଼ିବାରେ ଲାଗିଛି । ଫଳରେ ଜନ ସାଧାରଣ ନିଜକୁ ସୁରକ୍ଷିତ ମଣୁନଥିବା ବେଳେ , ପୋଲିସ ଉପରୁ ଜନସାଧାରଣ ଙ୍କର ଭରସା ଦିନକୁ ଦିନ ତୁଟିଯାଉଛି । ଏହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ପୋଲିସ ର ପାଟ୍ରୋଲିଙ୍ଗ ଅଭାବ ଯୋଗୁଁ ଏହାର ଫାଇଦା ନେଇ ଦୁର୍ବୁତ୍ତ ମାନେ ଏଭଳି ଘଟଣା ଘଟାଇବାକୁ ପଛ ଘୁଞ୍ଚା ଦେଉନଥିବା ସାଧାରଣ ରେ ଆଲୋଚନା ହେଉଛି I ତେବେ ଆଜକୁ ୬ ମାସ ମଧ୍ୟରେ ବିଭିନ୍ନ ସ୍ଥାନରୁ ପ୍ରାୟ ୧୦ଟି ଚୋରି ଘଟଣା ଘଟି ଯାଇଥିବା ନେଇ ଆଲୋଚନା ହେଉଥିବା ବେଳେ ଏଭଳି ଅବସ୍ଥା ଦେଖି ବିଭିନ୍ନ ବ୍ୟବସାୟୀ ମାନଙ୍କର ନିଦ ହଜି ଯାଇଛି I ତେବେ ଏନେଇ ବିଭିନ୍ନ ମହଲରୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେବି କୌଣସି ସୁଫଳ ମିଳୁନଥିବା ନେଇ ବ୍ୟବସାୟିକ ସଂଘ ମାନେ ମତପ୍ରକାଶ କରିଛନ୍ତି । ଏପରି ସ୍ଥଳେ ରବିବାର ନିଶାର୍ଦ୍ଧ ରାତ୍ରରେ କେତେକ ଦୁର୍ବୁତ୍ତ ସତ୍ୟନାରାୟଣ ପାତ୍ର ଙ୍କ ରାସନ ଗୋଦାମ ଗୃହରେ ପ୍ରବେଶ କରି ସେଠାରୁ ପ୍ରାୟ ପଚାଶ ହଜାର ଟଙ୍କାର ବିଭିନ୍ନ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏନେଇ ନାଚୁଣୀ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *