ସୁକିନ୍ଦା ଷ୍ଟାଡିୟମରେ ମହା ଆଡ଼ମ୍ବରରେ କୃଷି ସମ୍ମିଳନୀ ଅନୁଷ୍ଠିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦା ଷ୍ଟାଡିୟମରେ ଆଜି ଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କୃଷି ସମ୍ମିଳନୀ ମହା ଆଡମ୍ୱରରେ ଆରମ୍ଭ ହୋଇଛି । ଆଜିର ଏହି ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଓ ମନ୍ତ୍ରୀ ଇଂ ପ୍ରିତିରଞ୍ଜନ ଘଡାଇ ଯୋଗ ଦେଇ କୃଷି ସମ୍ମିଳନୀକୁ ଉଦଘାଟନ କରିଥିଲେ ! ଚାଷୀ ମାନଙ୍କ ଉଦ୍ଦେଶ୍ୟରେ ପ୍ରଦାନ ହେଉଥିବା ସରକାରୀ ସହାୟତା କିପରି ଚାଷୀ ମାନେ ପାଇ ପାରିବେ ଆଜିର ଏହି ବିଶେଷ କାର୍ଯକ୍ରମରେ ସ୍ଥାନୀୟ ବାସିନ୍ଦା ଓ ଚାଷୀ ମାନଙ୍କୁ ବିଶେଷ ବାର୍ତ୍ତା ଦେଇଛନ୍ତି ମନ୍ତ୍ରୀ । ଆଜିର ଏହି କୃଷି ସମ୍ମିଳନୀରେ କଳିଙ୍ଗନଗର ଏଡ଼ିଏମ ସନ୍ତୋଷ କୁମାର ମିଶ୍ର ସଭା ପରିଚାଳନା କରିଥିବା ବେଳେ ସଭା ଶେଷରେ ବ୍ଲକ ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *