ଆଇଟିଆଇ ଛାତ୍ରୀ ନିବାସ ରେ ଛାତ୍ରୀ ଙ୍କ ଆତ୍ମହତ୍ୟା !!!

Spread the love

ଉମରକୋଟ ( ଆୱାଜ ମିଡ଼ିଆ ) – ବିଜୟଲତା ପାଣିଗ୍ରାହୀ : ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ଥିବା ଆଇଟିଆଇ କଲେଜ ର ଛାତ୍ରୀ ନିବାସ ରେ ଗତକାଲି ରାତିରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି ! ରାଇଘର ବ୍ଲକ ସରଗୁଲି ନିକଟରେ ଥିବା ସାଲେଭଟା ଗ୍ରାମ ର ନାଗେଶ୍ୱରୀ ଗଣ୍ଡ (17) ଆର ଏ ସି ବିଭାଗର ଦ୍ଵିତୀୟ ବର୍ଷ ର ଛାତ୍ରୀ ଅଟନ୍ତି ! ତେବେ କୌଣସି କାରଣରୁ ନେଇ ସେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ! ସୂଚନା ଅନୁସାରେ , ନାଗେଶ୍ୱରୀ ଗଣ୍ଡ ଅନେକ ଦିନ ହେଲା ଛୁଟି ରେ ନିଜ ଘରକୁ ଯାଇଥିଲେ ଏବଂ ସେ ଗତ ସୋମବାର ଦିନ ହିଁ କଲେଜ କୁ ଆସିଥିଲେ ! ଗତକାଲି ରାତିରେ ତାଙ୍କ ସହପାଠୀ ପାୟଲ ଓ କିଶୋରୀ ଦୁହେଁ ନାଗେଶ୍ୱରୀ ଙ୍କ ସହ ରୁମ ନଂ 2 ରେ ନିଜ ପାଠପଢ଼ା ବିଷୟରେ ଆଲୋଚନା କରିଥିଲେ ! କିଛି ସମୟ ପରେ ପାୟଲ ଓ କିଶୋରୀ ଅନ୍ୟ ଏକ ରୁମ କୁ ଯାଇଥିଲେ ଏବଂ ନାଗେଶ୍ୱରୀ ରୁମ ନଂ 2 ରେ ଭିତର ପଟୁ କବାଟ ଲକ କରି ଦେଇଥିଲେ ! ସକାଳ ସମୟରେ ଯେତେବେଳେ ଅନ୍ୟ ଛାତ୍ରୀମାନେ ନାଗେଶ୍ୱରୀ କୁ ଡାକିଥିଲେ କିନ୍ତୁ କୌଣସି ଉତ୍ତର ମିଳି ନ ଥିଲା ! ପରେ ଝରକା ପଟରୁ ନାଗେଶ୍ୱରୀ ଙ୍କ ଝୁଲନ୍ତା ଶରୀର ଦେଖିବାକୁ ପାଇଥିଲେ ! ଏହା ଦେଖି କଲେଜ ର ପ୍ରିନ୍ସିପାଲ ରବୀନ୍ଦ୍ର କୁମାର କର ପୋଲିସ କୁ ଜଣେଇଥିଲେ ! ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦା, ଏସ ଆଇ ନୀଳିମା ପାଣିଗ୍ରାହୀ, ତହସିଲଦାର ତୁଳା ମୁଦୁଲି ଏବଂ ପୋଲିସ ଫୋର୍ସ ପହଞ୍ଚି କବାଟ ଭାଙ୍ଗି ଶବ ଟିକୁ ଉଦ୍ଧାର କରିଥିଲେ ! ଘଟଣା ଶୁଣି ନାଗେଶ୍ୱରୀ ଙ୍କ ପରିବାରବର୍ଗ ଭାଙ୍ଗିପଡିଛନ୍ତି ! ଛାତ୍ରୀ ଜଣକ କାହିଁକି ଆତ୍ମହତ୍ୟା କରିଛନ୍ତି , ତାହାର ତଦନ୍ତ ଜାରି ରଖିଛି ଉମରକୋଟ ପୋଲିସ !

Leave a Reply

Your email address will not be published. Required fields are marked *