ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ର ବଡକୁଳ ଚିଲିକା ଉଚ୍ଚ ବିଦ୍ୟାଳୟ ର ମୁଖ୍ୟ ପ୍ରବେଶ ଦ୍ଵାରର ଗେଟ ରେ ଆଜି ପର୍ଯ୍ୟନ୍ତ ନାମ ଫଳକ ଲାଗି ପାରୁନାହିଁ ! ସରକାର ସ୍ମlର୍ଟ ସ୍କୁଲ ଘୋଷଣା କରିଥିଲେ ମଧ୍ୟ୍ୟ ବ୍ୟତିକ୍ରମ ଦେଖିବାକୁ ମୁଳୁଛି ! ସ୍କୁଲର ସୁରକ୍ଷା ଦୃଷ୍ଟି ରୁ ସିସି ଟିଭି କ୍ୟାମେରା ଲାଗିଥିଲା , ହେଲେ ଦୁଇ ଦୁଇ ଥର ଚୋରି ହେବା ଘଟଣା ଦାଣ୍ଡରେ ପଡି ହାଟରେ ଗଡୁଛି ! ସୁରକ୍ଷା ପାଇଁ ନିୟୋଜିତ ୱାଚମ୍ୟାନ ଥାଇ କରୁଛନ୍ତି କଣ ? ପ୍ରଧାନ ଶିକ୍ଷକ ଓ କମିଟି ମେମ୍ବର ନିରବ ରହିବାର କାରଣ କଣ ହୋଇପାରେ ? କୌଣସି ରାଜନୈତିକ ପ୍ରେସର ନୁଁହେତ ? ଯାହା ଫଳରେ କିଛି ଘୋଟଲା କୁ ଚପେଇବା ପାଇଁ ପ୍ରୟାସ ହେଉଥିବା ନେଇ ବଡକୁଳ ବଜାର ରେ ଜନସାଧାରଣ ଟୁପୁରୁ ଟାପର କଥା ହେଉଥିବା ସାଧାରଣ ରେ ବେଶ ଚର୍ଚ୍ଚା ହେଉଛି । ଦେଖିବାକୁ ଗଲେ ରାଜ୍ୟ ସରକାର ଶିକ୍ଷାନୁଷ୍ଠାନ ଗୁଡିକୁ ବେଶ ଗୁରୁତ୍ୱ ଦେଉଥିବା ବେଳେ ବ୍ୟତିକ୍ରମର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଏଠାରେ ! କିଛି ଦିନ ତଳେ ଖୋର୍ଦ୍ଧା ଜିଲ୍ଲାପାଳ ଓ କମିସନର ଅଚାନକ ଆସି ସ୍କୁଲ ରେ ପହଞ୍ଚି ଅନୁଧ୍ୟାନ କରିବା ବେଳେ କିଛି ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ! ବିଜ୍ଞାନଗାର ରେ ମ୍ୟାଟ୍ରିଆଲ କିଛି ନଥିଲା, ଖେଳ ପଡିଆରେ ସୌନ୍ଦର୍ଯ୍ୟ କରଣ ପାଇଁ କିଛି ଅର୍ଥ ଅନୁଦାନ ହୋଇଥିଲା କିନ୍ତୁ ଫୁଲ ଗଛ ନାହିଁ, ସ୍କୁଲ ର ନବୀକରଣ ପାଇଁ ଓ କଲର ହେବା ପାଇଁ ଆସିଥିବା ଟଙ୍କା କୁ ଦୁରୂପଯୋଗ ହୋଇନିତ ! ଆପଣ ମାନେ ଆଖିରେ ନଦେଖିଲେ ବିଶ୍ୱାସ କରି ପାରିବେନି ! ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ କୁ ଆଗପଟ କଲର କରିଛନ୍ତି ସତ କିନ୍ତୁ ପଛରେ ରେ କୌଣସି କଲର ଲାଗିନାହିଁ ! ସ୍କୁଲ ପରିସର ଭିତରେ ସାଇକେଲ ଷ୍ଟାଣ୍ଡ ଟିଏ ମଧ୍ୟ୍ୟ ନାହିଁ, ଏହିପରି ବିଭିନ୍ନ ସମସ୍ୟା ଥିବା ଜାଣିବାକୁ ପାଇଥିଲେ, ସରକାର ଙ୍କ ମାଲ ଦରିଆମେ ଡାଲ ପରିସ୍ଥିତି ଦେଖିବାକୁ ମିଳୁଛି ! ଏହିସବୁ ଘଟଣା କୁ ନେଇ ଗଣଶିକ୍ଷା ବିଭାଗ କେବେ ନଜର ପକାଇବେ ଅଞ୍ଚଳ ବାସୀଙ୍କ ଦାବି ହେଉଛି l
ସ୍ମାର୍ଟ ସ୍କୁଲ ର ଆଜି ପର୍ଯ୍ୟନ୍ତ ଲାଗିପାରୁନି ନାମ ଫଳକ : ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ କେବେ ???

