ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗତ ୨୮ ତାରିଖରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ଏକ ପ୍ରତିବାଦ ସଭାରେ ପୁଲିସ ର କାର୍ଯ୍ୟକଳାପ ନେଇ , ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ବିଜେପିର ମଣ୍ଡଳ ସଭାପତି ଭଗବାନ ପ୍ରଧାନଙ୍କ ନେତୃତ୍ୱରେ ବାଣପୁର ବିଜ୍ଞାପିତ ଅଞ୍ଚଳ ଓ ବ୍ଲକର ଯୁବମୋର୍ଚ୍ଚା ର କର୍ମକର୍ତ୍ତା ମାନେ ଏତଲା ଦାଖଲ କରିଛନ୍ତି ! ଓଡିଶାର ଆଇନ ବିପର୍ଯ୍ୟସ୍ତ ଓ ମନ୍ତ୍ରୀ ନଵଦାସଙ୍କ ହତ୍ୟା ପ୍ରତିବାଦ ବେଳେ ପୋଲିସର ଓ ଶାସକ ଦଳର ଗୁଣ୍ଡା ମାନେ ଯୋଜନାବଦ୍ଧ ଭାବରେ ବିଜେପି ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ସେଥିପାଇଁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପୋଲିସ ଡିଜି, କଟକ ଭୂବନେଶ୍ୱର କମିଶନରେଟ ପୋଲିସ ଏବଂ ଭୂବନେଶ୍ୱର ଡିସିପିଙ୍କ ବିରୋଧରେ ଏକ ଲିଖିତ ଏତଲା ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଛି !
ବିଜେପି ଯୁବ ମୋର୍ଚ୍ଚାର ବାଣପୁର ଥାନାରେ ଏତଲା ଦାଖଲ !!!

