କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସିରାମ ଛତ୍ରୀଆ : ପ୍ରେମ ସମ୍ପର୍କ କୁ ନେଇ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବଡ଼ପୁଝାରିଗୁଡା ଗ୍ରାମ ପଞ୍ଚାୟତ ବତାସୀଗୁଡା ଗାଁ ରେ ନାବାଳିକା ଙ୍କୁ ପ୍ରେମିକ ତଣ୍ଟିଚିପି ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା ! ଘଟଣାରେ ଗାଁ କୁ ସାଇଫିଣ୍ଟିକ ଟିମ ଗସ୍ତ କରି ଆରମ୍ଭ କରିଛନ୍ତି ତଦନ୍ତ ! ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପୋଲିସ ଛାନଭିନ ଆରମ୍ଭ କରିଛି । ଘଟଣା ଦିନ ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରୀଆ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଜୟପାଟଣା ସ୍ୱାସ୍ଥ୍ୟ କେନ୍ଦ୍ର କୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ! ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣା ବିଷୟରେ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁଯାୟୀ ଜୟପାଟଣା ଥାନା ବାନେର ପଞ୍ଚାୟତ ଲୁହାବାହାଲ ଗ୍ରାମ ଚଞ୍ଚରାପଡା ର ପ୍ରେମଲାଲ ଧଙ୍ଗଡା ମାଝୀ ଏବଂ ବତାସୀଗୁଡା ଗାଁ ର ୧୭ ବର୍ଷୀୟ ପାର୍ବତୀ ଦଳପତି ନାମକ ନାବାଳିକା ଙ୍କ ମଧ୍ୟରେ ଏକ ବର୍ଷ ହେଲା ପ୍ରେମ ସମ୍ପର୍କ ରହିଥିଲା । ତେବେ ପ୍ରେମଲାଲ ପାର୍ବତୀଙ୍କୁ ହତ୍ୟା କରିଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ପ୍ରେମିକା କୁ ତଣ୍ଟି ଚିପି ହତ୍ୟା ଘଟଣାର ତଦନ୍ତ କଲେ ସାଇଫିଣ୍ଟିକ ଟିମ !!!

