ପଶୁ ପକ୍ଷୀ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସଚେତନତା କାର୍ଯ୍ୟକ୍ରମ !!!

Spread the love

କଣାସ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ପୁରୀ ଜିଲ୍ଲା କଣାସ ବ୍ଲକ୍ ଅନ୍ତର୍ଗତ ଦୟାବିହାର ସ୍ଥିତ N.S.P ଠାରେ ପଶୁ ପକ୍ଷୀ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଣୀ ମାନଙ୍କୁ ଯେଉଁଭଳି ନିଷ୍ଠୁର ଭାବରେ ହତ୍ୟା କରା ଯାଉଛି , ସେମାନଙ୍କୁ କିପରି ଭାବରେ ସୁରକ୍ଷା ଦେଇ ହେବ ତାହା ଉପରେ ସମସ୍ତେ ଦୃଷ୍ଟି ଦେବାପାଇଁ ଆହ୍ୱାନ ଦେଇଥିଲେ । ଗାଈଗୋରୁ ମାନେ ଚାଲାଣ ଏବଂ ପଶୁ ପକ୍ଷୀ ମାନଙ୍କର ଶିକାର ବନ୍ଦ ହେବା ଦରକାର । ସରକାର ଙ୍କ ଆଇନ ଜିବେ ନିଷ୍ଠୁରତା ନିରୋଧ ଆଇନ ସଚେତନତା ୧୯୬୦ ଧାରା ଅନୁଯାୟୀ ସେମାନଙ୍କୁ କେମିତି ସୁରକ୍ଷିତ ଏବଂ ନିର୍ଯ୍ୟାତନା ରୁ ମୁକ୍ତ କରାଯିବ ଜନସାଧାରଣ ସଚେତନତା ହେଲେ ପଶୁ ପକ୍ଷୀ ମାନେ ସୁରକ୍ଷିତ ରହି ପାରିବେ । ମୁଖ୍ୟ ଅତିଥି ଭାବରେ କଣାସ ପଶୁ ଚିକିତ୍ସକ ଡଃ ବିଶ୍ବଭୂଷଣ ବେହେରା , କଣାସ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, କଣାସ ଥାନା ସବ ଇନ୍ସପେକ୍ଟର ମଧୁସ୍ମିତା ବଳ କାର୍ଯ୍ୟକ୍ରମ ରେ ଯୋଗଦେଇ ସଚେତନତା ବାର୍ତ୍ତା ପ୍ରଦାନ କରିଥୁଲେ ।

Leave a Reply

Your email address will not be published. Required fields are marked *