ବାଣପୁରରେ ଫେଲ୍ ମାରିଲା ସରକାରଙ୍କ ଶହେ ଆଠ ଆମ୍ବୁଲାନ୍ସ ସେବା : ରୋଗୀ ହନ୍ତସନ୍ତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଫେଲ୍ ମାରିଲା ସରକାରଙ୍କ ଶହେ ଆଠ ଆମ୍ବୁଲାନ୍ସ ସେବା , ରୋଗୀ ହନ୍ତସନ୍ତ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଗତକାଲି ବାଣପୁର ଅଞ୍ଚଳର ଜଣେ ରୋଗୀ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚିକିତ୍ସା ନିମନ୍ତେ ଆସିଥିଲେ । ସେଠାରୁ ଉତ୍ତମ ଚିକିତ୍ସା ନିମନ୍ତେ ସନ୍ଧ୍ୟା ସାତ ଘଟିକା ସମୟରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କୁ ଡାକ୍ତର ରେଫର କରିଥିଲେ ।ତୁରନ୍ତ ସେହି ସମୟରେ ରୋଗୀଙ୍କ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ !

କିନ୍ତୁ ଆମ୍ବୁଲାନ୍ସ ଏକ ଘଣ୍ଟା ବିଳମ୍ବରେ ଆସିଥିଲା ! ରୋଗୀକୁ ନେଇ ଯାଉଥିବା ଆମ୍ବୁଲାନ୍ସ ଟି ବାଣପୁର ହସ୍ପିଟାଲ ଗେଟ ପାଖରେ ଦୁଇଟି ଯାକ ଟାୟାର ସମ୍ପୂର୍ଣ ନଷ୍ଟ ହୋଇଯିବାରୁ ଦୀର୍ଘ ଦୁଇ ଘଣ୍ଟା ରୋଗି ଆମ୍ବୁଲାନ୍ସ ରେ ପଡି ଛଟପଟ ହୋଇଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *