ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନୀଲ କୁମାର ଲେଙ୍କା : କୋଭିଡ଼ ସ୍ଥିତି ଅନୁଧ୍ୟାନ ପାଇଁ ଜଗତସିଂହପୁର ଗସ୍ତରେ ଦୁଇ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ . ଆଜି ପୂର୍ବାହ୍ନରେ ଏକ ଦୁଇ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି କୋଭିଡ଼ ପରିଚାଳନା କାର୍ଯ୍ୟ କିଭଳି ଚାଲିଛି ତାର ସମୀକ୍ଷା କରିଥିଲେ । ଏହି ଦୁଇ ଜଣିଆ ପ୍ରତିନିଧି ଦଳରେ ଡ଼ଃ ଶିବାନୀ ଦତ୍ତା ଓ ଡ଼ଃ ପ୍ରଶାନ୍ତ ରାଘବ ମହାପାତ୍ର ଆସିଥିବା ଜଣାପଡିଛି । ଏହି ସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଏବଂ କୋଭିଡ଼ ପରିଚାଳନା ରେ ଥିବା ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏଥି ସହିତ ଏହି କେନ୍ଦ୍ରୀୟ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା କୋଭିଡ଼ ଟୀକାକରଣ କେନ୍ଦ୍ର, ଆଇଶୋଲେସନ ସେଣ୍ଟର ର ତଦାରଖ କରିବା ସହ କୋଭିଡ଼ ସ୍ଥିତି ଅନୁଧ୍ୟାନ କରିଥିଲେ । ଜିଲ୍ଲାରେ କୋଭିଡ଼ ପରିଚାଳନା ସନ୍ତୋଷ ଜନକ ରହିଥିବା ପ୍ରକାଶ କରିଥିଲେ ପ୍ରତିନିଧି ଦଳ ।