ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଜି ଆରମ୍ଭ ହୋଇଛି ପ୍ରସିଦ୍ଧ ବାଣପୁର ପଞ୍ଚୁଦୋଳ ଯାତ୍ରା ! ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କିନ୍ତୁ ଶ୍ରଦ୍ଧାଳୁ ମାନେ ନିଜେ ସତର୍କ ରହିବା ସହ ଅନ୍ୟ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି !
୧ – ପଞ୍ଚୁଦୋଳ ପରି ଭୀଷଣ ଜନଗହଳିରେ ମାସ୍କ୍ ପରିଧାନ କରନ୍ତୁ ।
୨ – ପ୍ରଦର୍ଶନ କଲାପରି ସୁନାଗହଣା ଆଦୌ ପରିଧାନ କରି ଯାଆନ୍ତୁ ନାହିଁ ।
୩ – ଖାଦ୍ୟର ମାନ ଯାଞ୍ଚ କରି ଖାଆନ୍ତୁ । ଧୂଳି ପଡି ଖାଦ୍ୟ ପ୍ରଦୂଷିତ ହେବାର ସମ୍ଭାବନା ରହିଛି ।
୪ – ଛୋଟ ଛୁଆମାନେ ହଜିଲେ ଛାୟାମଣ୍ଡପ ଭିତରକୁ ଯାଇ କେମିତି ନିଜର ପରିଚୟ ଦେଇପାରିବେ ପ୍ରଥମରୁ ଶିଖାନ୍ତୁ ।
୫ – ପକେଟମାର୍ ପ୍ରତି ସାବଧାନ ରୁହନ୍ତୁ ।