ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ରାଜକୁମାର ଅରଣ୍ଯ ରାଜକିଶୋର ସିଂଙ୍କ ଆହ୍ବାନ କ୍ରମେ ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ସଭାପତିତ୍ବରେ ଜୋର ଧରିଲା ନୟାଗଡ ରେ ମେଡିକାଲ କଲେଜ ପ୍ରତିଷ୍ଠା ଏବଂ ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ନୟାଗଡ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବୀ ! ନୟାଗଡ ପି.ଡବ୍ଲୁ.ଡି. ବଙ୍ଗଳାଠାରୁ ଏକ ପଦଯାତ୍ରା ନୟାଗଡ ଜିଲ୍ଲାପାଳ କାର୍ଯ୍ୟାଳୟ ଅଭିମୂଖେ ଯାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଯଦି ଏହି ଦାବି ଉପରେ କୌଣସି ପ୍ରକାର ପଦକ୍ଷେପ ନ ନିଆଯାଏ ତେବେ ପୁନର୍ବାର ଆନ୍ଦୋଳନ କରିବା ସହିତ ବିଧାନସଭା ସମୁଖରେ ଧାରଣା ଦେବାପାଇଁ ଚେତାବନୀ ଦେଇଛନ୍ତି କର୍ମକର୍ତ୍ତା l ଏହି କାର୍ଯ୍ୟକ୍ରମରେ ନୟାଗଡ ବିକାଶ ମଞ୍ଚର ଆବାହକ ସନ୍ତୋଷ ପ୍ରଧାନ, ହେମେନ୍ଦ୍ର ସେନାର ସଭାପତି ସୌମ୍ୟରଞ୍ଜନ ପ୍ରଧାନ, ହେମେନ୍ଦ୍ର ସେନାର ସମ୍ପାଦକ ଶେଖ ଅବଦୁଲ ଆହାଦଙ୍କ ସମେତ ୫୦୦ରୁ ଅଧିକ ହେମେନ୍ଦ୍ର ସେନା ଓ ନୟାଗଡ ବିକାଶ ମଞ୍ଚର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।
ଜୋର ଧରିଲା ନୟାଗଡ ରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀ !!!

