ମା ଭୈରବୀ କବାଡ଼ି କ୍ଳବ୍ ତରଫରୁ ଅଷ୍ଟମ ରାଜ୍ୟ ସ୍ତରୀୟ ଦିବା ରାତ୍ର କବାଡି ଟୁର୍ଣ୍ଣାମେଣ୍ଟ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ମା ଭୈରବୀ କବାଡ଼ି କ୍ଳବ୍ ତରଫରୁ ଅଷ୍ଟମ ରାଜ୍ୟ ସ୍ତରୀୟ ଦିବା ରାତ୍ର କବାଡି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏଥିରେ ରାଜ୍ୟର ବହୁ ନାମୀ ଦାମୀ ଉଭୟ ପୁରୁଷ ଓ ମହିଳା ଦଳ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ପନ୍ଦର ନମ୍ୱର୍ ଜୋନର ଜିଲ୍ଲା ପରିଷଦ ସରୋଜ ରଣସିଂ, ଓଏସଏଫଡ଼ି ର ରାଜ୍ୟ ନିର୍ଦ୍ଦେଶକ ଦୁର୍ଯ୍ୟୋଧନ ବେହେରା, ଯୁବ ନେତା ଅର୍ଜୁନ ପଣ୍ଡା, ଅମୂଲ୍ୟ ସାହୁ, ରବି ଜେନା, ସତ୍ୟ ପଟ୍ଟନାୟକ, ବାଲୁଗାଁ ଯୁବ ସରପଞ୍ଚ ମନୋଜ ନାୟକ, ଈକିରି ସରପଂଚ ରଞ୍ଜିତା ଦାସ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟ ରେ ଆସ୍କା, କିଶୋର କ୍ଲବ୍ ଭୁବନେଶ୍ୱର, ଯାଜପୁର, କଟକ ଭିତରେ ଅନୁଷ୍ଠିତ ହୋଇଥିଲା । ଅନ୍ତିମ ଦିବସ ମ୍ୟାଚରେ ନୟାଗଡ଼ ବିଧାୟକ ଅରୁଣ ସାହୁ ଓ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଅତିଥି ଭାବେ ଯୋଗଦାନ କରିଥିଲେ । ସ୍ଥାନୀୟ କ୍ରୀଡ଼ା ପ୍ରେମୀ ଉକ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମା ଭୈରବୀ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିବା ବେଳେ ସ୍ଥାନୀୟ ଯୁବ ସରପଞ୍ଚ ଦେବାଶିଷ, ସମାଜସେବୀ ନୀଳମଣି ସ୍ୱାଇଁ ପରିଚାଳନା କରିଥିଲେ । ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ, ସମାଜସେବୀ ବସନ୍ତ ପଲେଇ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *