ଜୟଦେବ ସଂସ୍କୃତ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡ ଗୁଡୁମ ଗ୍ରାମରେ ଥିବା ଜୟଦେବ ସଂସ୍କୃତ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ସହିତ ବୃକ୍ଷ ରୋପଣ ପର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ଉତ୍ସବରେ ଅନୁଷ୍ଠାନର ସଭାପତି ଡମ୍ବରୁଧର ହରଣସିଂହ ସଭାପତିତ୍ୱ କରିଥିବା ବେଳେ ବିଶ୍ୱନାଥ ପ୍ରଧାନ କାର୍ଯ୍ୟକ୍ରମ ସମ୍ପାଦନା କରିଥିଲେ I ଜଣେ ଛାତ୍ର ଗ୍ରାମାଞ୍ଚଳ ମହାବିଦ୍ୟାଳୟରେ ପାଠ ପଢି ମଧ୍ୟ ଦେଶ ବିଦେଶରେ ନାଁ କରିପାରିବ ଏହାକୁ ଅତି ସୁନ୍ଦର ଭାବରେ ମହାବିଦ୍ୟାଳୟର ଅଧକ୍ଷା ଶ୍ରୀମତୀ ସୁଶ୍ରୀବାଳା ରାଉତ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ I ଏଥି ସହିତ ମହାବିଦ୍ୟାଳୟର ଉପାଧ୍ୟକ୍ଷ ବିମଳ କୁମାର ପୃଷ୍ଟି, ସମାଜସେବୀ ସୁଶାନ୍ତ ମହାପାତ୍ର, ପ୍ରଶାନ୍ତ ଛୁଆଳସିଂହ, ବସନ୍ତ କୁମାର ପାଲଟାସିଂହ ପ୍ରମୁଖ ସଭାରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ବହୁ ମୂଲ୍ୟବାନ ଉପଦେଶ ଦେଇଥିଲେ ! ଛାତ୍ରଛାତ୍ରୀ ମାନଙ୍କ ସହିତ ଅତିଥି ମାନେ ମିଶି ବୃକ୍ଷ ରୋପଣ କରିଥିଲେ I ପରିଶେଷରେ ଶିକ୍ଷୟତ୍ରୀ ସସ୍ମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I

Leave a Reply

Your email address will not be published. Required fields are marked *