ଦ୍ବିତୀୟ ଦିନରେ ପହଁଚିଲା ଡ୍ରାଇଭର ମହାସଂଘର ଧର୍ମଘଟ : ଅତ୍ୟାବଶ୍ୟକ ସାମଗ୍ରୀ ଚିନ୍ତାରେ ଖାଉଟି , ଯାତ୍ରୀ ହନ୍ତସନ୍ତ !!!

0
124

41 total views , 1 views today

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଡ୍ରାଇଭର ଏକତା ମହାମଞ୍ଚ ଆନୁକୁଲ୍ୟରେ ମାର୍ଚ୍ଚ ୧୫ ତାରିଖରୁ ୧୦ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛି ଓଡ଼ିଶା ଡ୍ରାଇଭର ମହାସଂଘ । ଗୁରୁବାର ଧର୍ମଘଟ ଦ୍ବିତୀୟ ଦିନରେ ପହଁଚିଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ବୁଧବାର ଠାରୁ ସମସ୍ତ ଘରୋଇ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ଥିବାବେଳେ ଗୁରୁବାର ସରକାରୀ ବସକୁ ମଧ୍ୟ ଡ୍ରାଇଭର ସଂଘର ସଦସ୍ୟ ମାନେ ଅଟକାଇଥିବା ଦେଖିବାକୁ ମିଳିଛି । ଫଳରେ ଯାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଦୂର ଦୂରାନ୍ତରୁ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀ ତଥା ବିଭିନ୍ନ କାର୍ଯ୍ୟରେ ଆସିଥିବା ଜନସାଧାରଣ କିଭଳି ଘରକୁ ଫେରିବେ ସେନେଇ ଚିନ୍ତାରେ ଥିବା ଜଣାପଡ଼ିଛି । ସେପଟେ ବିଭିନ୍ନ ସ୍ଥାନରେ ମାଲବାହୀ ଟ୍ରକ୍ ଗୁଡ଼ିକ ଅଟକି ରହିଥିବା ମଧ୍ୟ ଦେଖିବାକୁ ମିଳୁଛି । ଟାଙ୍କିରେ ସରିଲାଣି ତେଲ । ପେଟ୍ରୋଲ ପମ୍ପ କୁ ପହଁଚି ପାରୁନି ପେଟ୍ରୋଲ ଓ ଡିଜେଲ୍ ଗାଡ଼ି । ଫଳରେ ଦୁଇ ଚକିଆ ଓ ଚାରିକିଆ ଗାଡ଼ିକୁ ଆବଶ୍ୟକ ଅନୁଯାୟୀ ପେଟ୍ରୋଲ ଓ ଡିଜେଲ୍ ମିଳିପାରୁ ନ ଥିବା ଦେଖିବାକୁ ମିଳିଛି । ସେପଟେ ପନିପରିବା ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ପହଁଚି ପାରୁନଥିବାରୁ ଖାଉଟି ଏବେ ଚିନ୍ତାରେ ଥିବା ଜଣାପଡ଼ିଛି । ଡ୍ରାଇଭର ମାନଙ୍କର ଏହି ଆନ୍ଦୋଳନ ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ସମାଧାନ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ଦାବୀ ହେଉଛି l

LEAVE A REPLY

Please enter your comment!
Please enter your name here