ଶିମିଳିପୁର ପଞ୍ଚାୟତରେ ଦୁର୍ନୀତିର ବୁଢିଆଣୀ ଜାଲ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଶିମିଳିପୁର ପଞ୍ଚାୟତରେ ଦୁର୍ନୀତି ର ବୁଢିଆଣୀ ଜାଲ ! ଷ୍ଟ୍ରୀଟ ଲାଇଟ ଠାରୁ ଆରମ୍ଭ କରି ମିଶନ ଶକ୍ତି ଘର ନିର୍ମାଣ ପର୍ଯ୍ୟନ୍ତ ସବୁଥିରେ ଅନିୟମିତତାର ଅଭିଯୋଗ ! ବାଙ୍କୀ ନିର୍ବାଚନ ମଣ୍ଡଳୀରେ କ୍ଷମତାରେ ଥିବା ନେତାଙ୍କ ପାଇଁ ଦୁର୍ନୀତି ଏକ ଦଳଗତ ବିଦ୍ୟା ! ବିଗତ ଦିନରେ ମନରେଗା ଦୁର୍ନୀତିକୁ ନେଇ ଡମପଡା ବ୍ଲକ ର କୁସୁପଙ୍ଗୀ ଓ ଦୁଲଣାପୁର ପଞ୍ଚାୟତ ସବୁ ରେକର୍ଡ ଭାଙ୍ଗି ଦେଇଥିଲା ! ଏବେ ବିଭିନ୍ନ ଘଟଣାକୁ ନେଇ ଶିମିଳିପୁର ଗ୍ରାମ ପଞ୍ଚାୟତ ଆସିଛି ଚର୍ଚ୍ଚା କୁ ! ପଞ୍ଚାୟତର ବିଭିନ୍ନ ନିର୍ମାଣ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣଛନ୍ତି ପଞ୍ଚାୟତ ବାସିନ୍ଦା ଧରଣୀ ଧର ସ୍ୱାଇଁ । ତେବେ ସୁଚନା ଅନୁଯାୟୀ ଶିମିଳିପୁର ଗ୍ରାମ ପଞ୍ଚାୟତ ରେ ହୋଇଥିବା ମିଶନ ଶକ୍ତି ଘର ଦୁର୍ନୀତିର ଗନ୍ତାଘର ! ଏକ ପୁରାତନ ସ୍କୁଲ ଘରକୁ ଠିକାଦାର ରଙ୍ଗ ମାରିଦେଇ ଚକାଚକ କରି ଫଲସ୍ ବିଲ କରାଇ ନେଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଏଥିସହ ପଞ୍ଚାୟତ ରେ ଲାଗିଥିବା ଷ୍ଟ୍ରୀଟ ଲାଇଟ୍ ଏବେ କେଉଁଠି ଭାଙ୍ଗି ଯାଇଛି ତ ଆଉ କେଉଁଠି ଜଳୁନାହିଁ, ପିଇବା ପାଣି ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧା ର ସମୁଖୀନ ହେଉଛନ୍ତି । ବିଭିନ୍ନ ସ୍ଥାନରେ କାର୍ଯ୍ୟ ନହୋଇ ମଧ୍ୟ ସଲାସୁତୁରାରେ ବିଲ୍ ପାସ କରାଯାଉଛି ଏଭଳି ଅନେକ ଅଭିଯୋଗ ରହିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଉକ୍ତ କାର୍ଯ୍ୟ ମାନଙ୍କୁ ଠିକ ଭାବରେ କନିଷ୍ଠ ଯନ୍ତ୍ରୀ ଏବଂ ବ୍ଲକ କର୍ତ୍ତୃପକ୍ଷ ଜାଣିଛନ୍ତି ତ ନା ନାହିଁ , ଯଦି ହଁ ତେବେ ଏମିତି କାର୍ଯ୍ୟ କୁ କିପରି ପ୍ରୋତ୍ସାହନ ଦେଲେ ? ଯଦି ନାହିଁ ତେବେ ଏଠାରେ ମିଶନ ଶକ୍ତି ଘର ହେଲା କିପରି ! ବିଲ୍ କରିଲା କିଏ , ତାହା ଏବେ ବଡ ପ୍ରଶ୍ନ । ସବୁଠାରୁ ବଡ କଥା ସୂଚନା ଅଧିକାର ଆଇନ ମାଧ୍ୟମରେ ତଥ୍ୟ ମାଗିଥିବା ବ୍ୟକ୍ତିଙ୍କୁ କାହିଁକି ଏପର୍ଯ୍ୟନ୍ତ ତଥ୍ୟ ଦିଆଯାଇ ନାହିଁ । ଅନ୍ୟ ପଟେ ପଞ୍ଚାୟତ ନିର୍ବାଚନ କୁ ଏକ ବର୍ଷ ବିତି ଯାଇଥିଲେ ସୁଧା ପଞ୍ଚାୟତ କାର୍ଯ୍ୟାଳୟ ଠିକ ଭାବରେ ଖୋଲାଯାଉ ନାହିଁ କିମ୍ବା ସରକାରୀ କର୍ମଚାରୀଙ୍କ ଦେଖା ନାହିଁ । ସାଧାରଣ ଲୋକଟିଏ ସମସ୍ୟା ବିଷୟରେ ଜଣାଇବା ପାଇଁ ଆସିଲେ ମଧ୍ୟ ନିରାଶ ହୋଇ ଫେରିବା ଅଭିଯୋଗ ହେଉଛି । କନିଷ୍ଠ ଯନ୍ତ୍ରୀ ଙ୍କ ନାମରେ ଏମିତି ଅନେକ ଅଭିଯୋଗ ସ୍ଥାନୀୟ ବାସିନ୍ଦା ଆଣିଛନ୍ତି । ତେବେ ବାଙ୍କୀ ରେ ଦୁର୍ନୀତିର ଅଭିଯୋଗ ଚିରାଚରିତ ହୋଇଥିବା ସମୟରେ , ତାହା ସମ୍ପର୍କୀତ ତଦନ୍ତ ସବୁବେଳେ ଫାଇଲ ତଳେ ଚାପି ହୋଇ ରହିଥାଏ ! ଲୋକେ କହୁଛନ୍ତି ବାଙ୍କୀ ପ୍ରଶାସନର ରିମୋର୍ଟ କଣ୍ଟ୍ରୋଲ ନା ଉପଜିଲ୍ଲାପାଳ ନା ବିଧାୟକଙ୍କ ହାତରେ ଅଛି ! ତାହା କୁଆଡେ କଟକ କାଳିଗଳି ରୁ ନିୟନ୍ତ୍ରିତ !

Leave a Reply

Your email address will not be published. Required fields are marked *