ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରେ ଶାନ୍ତି ଶୃଙ୍ଖଳା ର ସହ ସମାପନ ହେଲା ଦଶମ ଶ୍ରେଣୀ ପରୀକ୍ଷା ! ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାଇକ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ସମାପନ ହୋଇଛି ! ଜିଲ୍ଲା ର ଚାରୋଟି ନୋଡାଲ କେନ୍ଦ୍ରରୁ ପ୍ରଶ୍ନ ପତ୍ର ପରୀକ୍ଷା ଦିନ ଗୁଡିକରେ ଜିଲ୍ଲା ପ୍ରଶାସନ ଦ୍ୱାରା ନିୟୋଜିତ ମାଜିଷ୍ଟ୍ରେଟ ମାନଙ୍କ ଉପସ୍ଥିତିରେ ଓ ପୋଲିସ ପ୍ରୋଟେକ୍ସନ ସହ ନିର୍ଦ୍ଧାରିତ ସମୟ ମଧ୍ୟରେ 35 ଗୋଟି ପରୀକ୍ଷା କେନ୍ଦ୍ରରେ ଡିସ୍ପାଚ ଟିମ ଦ୍ୱାରା ପହଂଚି ପାରିଥିଲା ! ଉକ୍ତ 35 ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ 7312 ଛାତ୍ରୀ /ଛାତ୍ର ଫର୍ମ ପୂରଣ କରିଥିବା ବେଳେ 7067 ଜଣ ପରୀକ୍ଷା ରେ ଉପସ୍ଥିତ ଥିଲେ ଓ 245 ଜଣ ଅନୁପସ୍ଥିତ ରହିଛନ୍ତି ! ଠିକ ସେହିପରି SOSC ପରୀକ୍ଷା ଦେବା ପାଇଁ 104 ଜଣ ଫର୍ମ ପୂରଣ କରିଥିବା ବେଳେ 95 ଜଣ ପରୀକ୍ଷା ଦେଇଛନ୍ତି ଓ 9 ଜଣ ଅନୁପସ୍ଥିତ ରହିଛନ୍ତି ! ମହାରାଜା ଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ନୋଡାଲ କେନ୍ଦ୍ର ସହିତ 15 ଟି ପରୀକ୍ଷା କେନ୍ଦ୍ର କୁ ପ୍ରଶ୍ନ ପତ୍ର ଯୋଗାଇବା ପାଇଁ ସଲଗ୍ନ କରାଯାଇଥିଲା ! ଏହି ନୋଡାଲ କେନ୍ଦ୍ରର ସେଣ୍ଟର ସୁପରିଟେଣ୍ଡେଣ୍ଟ ଡ଼ି. ଶ୍ରୀରାମ ମୁର୍ତ୍ତି, ଡେପୁଟି ନୋଡାଲ ସୁପରିଟେଣ୍ଡେଣ୍ଟ ୟ. ଧର୍ମା ରାଓ, ଡେପୁଟି ସୁପରିଟେଣ୍ଡେଣ୍ଟ ଏମ. ସତ୍ୟ ନାରାୟଣ ଓ ଅବଜରଭର ତଥା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଯାଜପୁର ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟନାୟକ ନିଜର କାର୍ଯ୍ୟ ତୁଲାଇ ଥିବାବେଳେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ପରୀକ୍ଷା ପରିଚାଳନା ଦାୟିତ୍ୱ ରେ ରହିଥିଲେ ଗୌରୀ ଶଙ୍କର ଚୌଧୁରୀ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଆମ୍ପୋଲୁ ରବି କୁମାର !
ଶାନ୍ତି ଶୃଙ୍ଖଳା ର ସହ ସମାପନ ହେଲା ଦଶମ ଶ୍ରେଣୀ ପରୀକ୍ଷା !!!

