ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ନବରଙ୍ଗପୁର ଜିଲ୍ଲାର ଏକ ମାତ୍ର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ “ଭାରତୀ କଳା ନିକେତନ” ଦ୍ଵାରା ଆୟୋଜିତ ସପ୍ତଦଶ ବାର୍ଷିକ ଉତ୍ସବ ଓ ପଞ୍ଚମ ତ୍ରିଦିବସୀୟ ନାଟକ ମହୋତ୍ସବରେ ଭକ୍ତି ସଙ୍ଗୀତ ସଂସଦ, ପାରଳାଖେମୁଣ୍ଡି ର ଗୁରୁ ଏମ. ମାଧବ ପାତ୍ରଙ୍କୁ ଅନୁଷ୍ଠାନ ଦ୍ବାରା ” ମାଆ ରାଧାଦେବୀ କଳାଶ୍ରୀ ସମ୍ମାନ-2023 ” ରେ ସମ୍ବର୍ଦ୍ଧିତ କରାଯାଇଛି l ତାଙ୍କର ଯନ୍ତ୍ର୍ରସଙ୍ଗୀତ ପରିଚାଳନା ଓ ସୁଲଳିତ କଣ୍ଠ ସଙ୍ଗୀତକୁ ଦୃଷ୍ଟିରେ ରଖି ଏହି ସମ୍ମାନ ପ୍ରଦାନ କରାଯାଇଛି l ଉକ୍ତ ସମ୍ବର୍ଦ୍ଧନା ସଭାରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି, ନାଟ୍ୟକାର ଗୌରୀ ପ୍ରସାଦ ରଥ, ନାଟ୍ୟକାର ପରମେଶ୍ଵର ମୁଣ୍ଡ ସମ୍ମାନିତ ଅତିଥି ତଥା ଅନୁଷ୍ଠାନର ଅଧ୍ୟକ୍ଷା ମଧୁସ୍ମିତା ମହାରଣା ଓ ପ୍ରତିଷ୍ଠାତା ସମ୍ପାଦକ ଅଧ୍ୟାପକ ଗୋପାଳ ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ l ଅତିଥି ମାନେ ଶ୍ରୀ ଏମ୍. ମାଧବ ପାତ୍ରଙ୍କୁ ଉତ୍ତରୀୟ, ମାନପତ୍ର, ପୁଷ୍ପମାଲ୍ଯ ଓ ଅନୁଷ୍ଠାନର ସ୍ମୃତି ଫଳକ ପ୍ରଦାନପୂର୍ବକ ତାଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ “ମାଆ ରାଧାଦେବୀ କଳାଶ୍ରୀ ସମ୍ମାନ-2023” ରେ ସମ୍ବର୍ଦ୍ଧିତ କରିଥିଲେ l ଏଥିପାଇଁ ପାରଳାଖେମୁଣ୍ଡି ଓ ଭକ୍ତି ସଙ୍ଗୀତ ସଂସଦ ର କଳାପ୍ରେମୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଗର୍ବ ଅନୁଭବ କରିଛନ୍ତି l
ଭକ୍ତି ସଙ୍ଗୀତ ସଂସଦ ର ଗୁରୁ ଏମ୍. ମାଧବ ପାତ୍ର ଙ୍କୁ ” ମାଆ ରାଧାଦେବୀ କଳାଶ୍ରୀ ସମ୍ମାନ ” !!!

