ରାଷ୍ଟ୍ରୀୟ ନଵ ବର୍ଷ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଚୈତ୍ରଶୁକ୍ଳ ପ୍ରତିପଦା ଉତ୍ସବ ତଥା ରାଷ୍ଟ୍ରୀୟ ନଵ ବର୍ଷ ପାଳିତ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଚୈତ୍ରଶୁକ୍ଳ ପ୍ରତିପଦା ଉତ୍ସବ ତଥା ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଷଷ୍ଠ ଠାରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ଏକ ନଗର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତତ୍ ପରେ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ! ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏଇ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଗଜପତି ଜିଲ୍ଲାର ପରିବାର ପ୍ରବୋଧନ ପ୍ରମୁଖ ଗୋୖରାଙ୍ଗଚରଣ ରାଇକା , ସମ୍ମାନିତ ଅତିଥି ବରିଷ୍ଠ ଆଚାର୍ଯ୍ୟ ଦୁର୍ଗା ପ୍ରସାଦ ସାହୁ , ମୁଖ୍ୟବକ୍ତା ଭାବେ ସ୍ଥାନୀୟ ବିଦ୍ୟାଳୟର ସଂସ୍କୃତିଜ୍ଞାନ ପ୍ରମୁଖ ବିଜୟ କୁମାର ଜେନା ଯୋଗଦେଇ ଏହି ଦିବସର ବିଶେଷତ୍ଵ ତଥା ଗୁରୁତ୍ବ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ଶାରୀରିକ ପ୍ରମୁଖ ମୂରଲୀ ମୋହନ ପ୍ରଧାନଙ୍କ ନେତୃତ୍ୱରେ ତଥା ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ସଫଳ ହୋଇଥିଲା ।

Leave a Reply

Your email address will not be published. Required fields are marked *