ବିଶ୍ୱ ଯକ୍ଷ୍ମା ଦିବସ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ସ୍ୱାସ୍ଥ୍ୟ ବିବଗ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ବିଶ୍ୱ ଯକ୍ଷ୍ମା ଦିବସ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ରବୀନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତ ସରକାର 2025 ସୁଦ୍ଧା ଦେଶକୁ ଟିବି ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରକାଶ କରିଥିଲେ । ପ୍ରତେକ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଃଶୁକ୍ଲ ଟିବି ନିରୂପଣ ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ମକରନ୍ଦ ବେଉରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଯକ୍ଷ୍ମା ରୋଗର ଲକ୍ଷଣ, ସମସ୍ତ ସରକାରୀ ସ୍ୱସ୍ଥ୍ୟ କେନ୍ଦ୍ରରେ ବିନା ଦେୟରେ ଟିବି ରୋଗର ଔଷଧ ଯୋଗାଇ ଦିଆଯାଇଛି ଓ ଚିକିତ୍ସା ସହ ପୃଷ୍ଟିକର ଖାଦ୍ୟ ପାଇଁ ସହାୟତା ଉପଲଧ ବିଷୟରେ ବୁଝାଇଥିଲେ । ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାଶ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ଟିବି କାଯ୍ୟକ୍ରମ ରେ ଉଲ୍ଲେଖନିୟ ନୋଟିଫିକେସନ, ନିଦାନ ଓ ଚିକିତ୍ସା ନିଜର ଦକ୍ଷତା ପ୍ରତିପାଦନ କରିଥିବା ଡାକ୍ତର ସୁବାସ ଚନ୍ଦ୍ର ଘଡେଇ, ଡାକ୍ତର ସିଦ୍ଧାର୍ଥ ଦାସ, ଘରୋଇ ଚିକିତ୍ସା ହସ୍ପିଟାଲ କୁ ସମ୍ନାନିତ କରାଯାଇଥିଲା । ଜିଲ୍ଲା ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀ ଦିଲୀପ ପ୍ରଧାନ, ଦୀପକ ଦଳବେହେରା, ଶରତ ଚନ୍ଦ୍ର ଓଝା , ଆଶୁତୋଷ ସାମନ୍ତସିଂହାର, ବିଶ୍ବରଂଜନ ଦଳେଇ ଓ କାର୍ଯ୍ୟକ୍ରମ ସଂଯୋଜକ ରୁଦ୍ର ଜେନା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *