ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର କେରାଣ୍ଡି ପଞ୍ଚାୟତର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଠାରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ମାନେ ଓ ଅଙ୍ଗନବାଡି କର୍ମୀମାନେ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନତା କରାଇଥିଲେ । ସେହିଭଳି କତଲକଇଠା ଗ୍ରାମ ପଞ୍ଚାୟତର ଯାଜପୁର ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏ ଏନ ଏମ୍ , ସି ଏଚ ଓ ପୂର୍ଣ୍ଣିମା ଦାସ ଏବଂ ସ୍ୱାସ୍ଥ୍ୟ କର୍ମୀ ରଞ୍ଜିତ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ଯକ୍ଷ୍ମା ରୋଗ ନିରାକରଣ ଓ ସତର୍କତା ଉପରେ ନିଜର ମତବ୍ୟକ୍ତ କରିଥିଲେ । ଦୀର୍ଘ ଦିନ ଧରି ନିୟମିତ ଭାବେ କାଶ, କାଶରେ କଫ ପଡିବା, ଥଣ୍ଡା ଓ ଜର ହୋଇ ନ ଛାଡିଲେ ଅବହେଳା ନ କରି ତୁରନ୍ତ ଡାକ୍ତର ଙ୍କ ପରାମର୍ଶ ନେଇ ଚିକିତ୍ସା ହେବାକୁ ଗ୍ରାମବାସିଙ୍କୁ କହିଥିଲେ ।ଏଥିପାଇଁ ରହିଥିବା ମାଗଣା ପରୀକ୍ଷା ସହ ପୁଷ୍ଟିକର ଖାଦ୍ୟ ସହାୟତାର ଉପଲବ୍ଧ ଥିବା କହିଥିଲେ । ଏହି କାର୍ଯ୍ୟକ୍ରମ କୁ ଅଙ୍ଗନବାଡି କର୍ମୀ ଇନ୍ଦୁରାଣୀ ପ୍ରଧାନ, ସୁନିତା ସ୍ୱାଇଁ, ସଂଯୁକ୍ତା ବିଶ୍ୱାଳ, ପ୍ରଭା ବାରିକ, କୁନ୍ଦନ ପ୍ରଧାନ, ପୁଷ୍ପାଞ୍ଜଳି ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ ।
ବିଶ୍ୱ ଯକ୍ଷ୍ମା ଦିବସ ପାଳିତ !!!

