ବାଣପୁର ଘାସଡିହ ଠାରେ ଆରମ୍ଭ ହେଲା ଦଣ୍ଡ ଯାତ୍ରା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାରେ ଚୈତ୍ର ମାସରେ ହେଉଥିବା ପାରମ୍ପରିକ ଦଣ୍ଡ ଯାତ୍ରା ସୋମବାର ରୁ ଆରମ୍ଭ ହୋଇଛି । ଚଳିତ ବର୍ଷ ପ୍ରଥମ କରି ୧୯ ଦିନିଆ ଦଣ୍ଡ ଯାତ୍ରା ବାହାରିଛି । ଘାସଡିହ ସ୍ଥିତ ବାବା ଗାଦୀଶ୍ଵର ଦଣ୍ଡ ଦଳ ପକ୍ଷରୁ ଦଣ୍ଡକାଳୀ ମନ୍ଦିରରେ ଦିନକ ପୂର୍ବରୁ ପ୍ରସ୍ତୁତି କରାଯାଇଥିବା ବେଳେ ଗତକାଲି ସମସ୍ତ ଭଗତା ଙ୍କ ମେଳରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଏହା ପରେ ଦଣ୍ଡୁଆ ମାନେ ସ୍ନାନ, ପଇତା ଧାରଣ, ମହାଦେବ ଓ ମା’ କାଳୀଙ୍କ ପୂଜା କରି ପଟୁଆରରେ ବାହାରିଥିଲେ । ଏହି ଯାତ୍ରା ସମୟରେ ଭଗତା ମାନଙ୍କୁ କଠୋର ନିୟମ ମାନି ଚଳିବାକୁ ହୁଏ । ଶରୀରକୁ କଷ୍ଟ ଦେଇ ଶକ୍ତିରୂପୀ ମା’ କାଳୀଙ୍କ ଆରାଧନା କରାଯାଏ । ଧୂଳି ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଆଦି କରିଥାନ୍ତି । କାମ , ବାସନା, କ୍ରୋଧ, ମୋହ, ପରିବାର , ସମ୍ପର୍କ ଆଦି ତ୍ୟାଗ କରି ସନ୍ନ୍ୟାସୀ ତୁଲ୍ୟ କଠୋର ସମୟ‌ ଅତିବାହିତ କରିବାକୁ ପଡ଼େ । ଏଭଳି ସାଧନା ଓ ଆରାଧନାରେ ଦେବୀ ସନ୍ତୁଷ୍ଟ ହୋଇ ଭଗତା ଓ ମାନସିକଧାରୀଙ୍କ ମନୋସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ମା କାଳୀଙ୍କ ପ୍ରସିଦ୍ଧ ଦଣ୍ଡ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏବେ ଭାଟପଡା ସୀମା ଓ ଘାସଡିହ ଗ୍ରାମରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । ଘାସଡିହ ଠାରେ ସମସ୍ତ ଦଣ୍ଡ ଦଳ ପକ୍ଷରୁ ପାଣିଦଣ୍ଡ, ଅଗ୍ନି ଦଣ୍ଡ, ଧୂଳି ଦଣ୍ଡ ଏବଂ ରାତିରେ ବାବା ଗାଦିଶ୍ୱର ଙ୍କ ସ୍ଥାନରେ ମନୋରଞ୍ଜନ ପାଇଁ ସାମାଜିକ ନାଟକ ପରିବେଷଣ କରାଯାଇଛି ।

Leave a Reply

Your email address will not be published. Required fields are marked *