ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସଂସଦ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦ ପ୍ରତିବାଦରେ ସୁକିନ୍ଦା ବ୍ଲକ କଂଗ୍ରେସ ପକ୍ଷରୁ ସୁକିନ୍ଦା ହନୁମାନ ଛକରେ ସତ୍ୟାଗ୍ରହ ଜାରି ରହିଥିବା ଦେଖିବାକୁ ମିଳିଛି l ସୁକିନ୍ଦା କଂଗ୍ରେସ ପକ୍ଷରୁ ଆୟୋଜିତ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ରାଇଚାରଣ ମହାନ୍ତି, ମହିଳା ନେତ୍ରୀ ସ୍ୱର୍ଣଲତା ବାନରା ,ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ସ୍ୱପ୍ନା ବେହୁରା , ମହିଳା ନେତ୍ରୀ ଝରଣା ମହନ୍ତ, ବ୍ଲକ କଂଗ୍ରେସ ସଭାପତି ରଞ୍ଜିତ ରାଜ, ପିସିସି ସଭ୍ୟ ଜନ୍ମେଜୟ ବଳସାମନ୍ତ , ସୁବ୍ରତ ବେହୁରା , ସୁକିନ୍ଦାଗଡ଼ ଗ୍ରାମପଞ୍ଚାୟତ ସେବାଦଳ ଅଧକ୍ଷ ହରେକୃଷ୍ଣ ପାଣିଗ୍ରାହୀ , ଶ୍ରମିକ ନେତା ବାବୁଲି ପୂର୍ତ୍ତି, ମଧୁସୂଦନ ବାରିକ ,ଭାଗିରଥି ମଲ୍ଲିକ, ରାଇଚନ୍ଦ ବଳ, ଶ୍ୟାମ ସୁନ୍ଦର ଦାସ , ସନ୍ତୋଷ କୁମାର ମିଶ୍ର, ସରସ୍ଵତୀ ଦିବେଦୀ, କାଳନ୍ଦୀ ବରାଳ, ସୂର୍ଯ୍ୟକାନ୍ତ ପାତ୍ର , ହରେକୃଷ୍ଣ ମହାନ୍ତ, ଚଞ୍ଚଳ ମହାପାତ୍ର, ଗୋପୀନାଥ ଧୀର, ଅଜୟ କୁମାର ମିଶ୍ର , ହରେକୃଷ୍ଣ ମହାନ୍ତ, ବିପିନ ବିହାରୀ ଷଣ୍ଢ, ସୋମ୍ୟରଂଜନ ମିଶ୍ର ,କୈଳାସ ଦଳାଇ ଯୋଗଦେଇ କେନ୍ଦ୍ର ସରକାରକୁ ଭର୍ସନା କରିଥିଲେ l ଏହି ଅଵସରରେ ଉପସ୍ଥିତ ସମସ୍ତ କଂଗ୍ରେସ କର୍ମୀ ମାନେ ସଂସଦ ପକ୍ଷରୁ ଏହି ନିଷ୍ପତ୍ତି ଉପରେ ପୁନଃ ବିଚାର କରିବାକୁ ଦାବି କରିଥିଲେ l