ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ଓ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଓଡ଼ିଶୀ ସଙ୍ଗୀତ ଉତ୍ସବରେ ପାରଳାଖେମୁଣ୍ଡିର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କୃତ ଓଡିଶୀ ସଙ୍ଗୀତଜ୍ଞ ଗୁରୁ ପଣ୍ଡିତ ଶ୍ରୀ ରଘୁନାଥ ପାତ୍ର ଭୁବନେଶ୍ୱରର ଉତ୍କଳ ରଙ୍ଗମଞ୍ଚରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଛନ୍ତି । ଏହି ସଙ୍ଗୀତ କାର୍ଯ୍ୟକ୍ରମରେ ହାରମୋନିୟମରେ ଶ୍ରୀ ବାଳକୃଷ୍ଣ ଜେନା, ମର୍ଦ୍ଦଳରେ ଶ୍ରୀ ସୀତାକାନ୍ତ ଜେନା ଓ ବଂଶୀରେ ଶ୍ରୀ ସୌମ୍ୟରଞ୍ଜନ ଯୋଶୀ ସହଯୋଗ କରିଥିଲେ । ଏହି ଉତ୍ସବରେ ଓଡ଼ିଶୀ ସଙ୍ଗୀତଜ୍ଞ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ଗୁରୁ ଧନେଶ୍ଵର ସ୍ଵାଇଁ ( କେନ୍ଦ୍ର ସଙ୍ଗୀତ ଏକାଡେମୀ ପୁରସ୍କାରପ୍ରାପ୍ତ ମର୍ଦ୍ଦଳ ବାଦକ), ଶ୍ରୀ ସୁବାଷ ଚନ୍ଦ୍ର ଆଚାର୍ଯ୍ୟ , ଅନୁଜା ତାରିଣୀ ମିଶ୍ର ଓ ଅନ୍ୟାନ୍ୟ ଅତିଥି ମାନେ ଯୋଗଦେଇ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏହି ସଫଳତା ପାଇଁ ଭକ୍ତି ସଙ୍ଗୀତ ସଂସଦର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ଓ ସମସ୍ତ କର୍ମକର୍ତ୍ତା ଗୁରୁ ଶ୍ରୀ ପାତ୍ରଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ।
ଉତ୍କଳ ରଙ୍ଗମଞ୍ଚରେ ଗୁରୁ ପଣ୍ଡିତ ଶ୍ରୀ ରଘୁନାଥ ପାତ୍ରଙ୍କ ଓଡ଼ିଶୀ ସଙ୍ଗୀତ ପରିବେଷଣ !!!

