ରାମ ନବମୀ ଅବସରରେ ନାଚୁଣୀରେ ବାଇକ୍ ଶୋଭାଯାତ୍ରା !!!

0
203
Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର ଶ୍ରୀରାମ ନବମୀ ଦେଶ ର କୋଣ ଅନୁକୋଣ ରେ ପାଳିତ ହେଉଥିବା ସମୟରେ ଖୋର୍ଦ୍ଧା ଜିଲ୍ଲାର ନାଚୁଣୀ ରେ ସ୍ଥାନୀୟ ଅଞ୍ଚଳ ର ଯୁବକ ମାନଙ୍କ ପ୍ରୟାସ ରେ ଏକ ବାଇକ୍ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏହି ଶୋଭାଯାତ୍ରା ସାଇ ଅମିତ୍ ମହାପାତ୍ର ଙ୍କ ନେତୃତ୍ଵ ରେ ନାଚୁଣୀ ବାଇପାସ୍ ସନ୍ନିକଟ ହନୁମାନ ମନ୍ଦିର ଠାରୁ ଆରମ୍ଭ ହୋଇ ନାଚୁଣୀ ବଜାର ମଧ୍ୟ ଦେଇ କଉଡ଼ିଖଣି ଠାରେ ସମାପ୍ତ ହୋଇଥିଲା ! ଯୁବକ ମାନେ ଜୟ ଶ୍ରୀ ରାମ ନାରା ଦେଇ ଆଗକୁ ବଢ଼ି ଦିବସ ଟିକୁ ସୋହାର୍ଦ୍ଦ୍ୟ ପୂର୍ଣ୍ଣ କରିଥିଲେ । ଶାନ୍ତି ଶୃଙ୍ଖଳା ନିମନ୍ତେ ନାଚୁଣୀ ଥାନା ପୋଲିସ ଏଥିରେ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ । ଯୁବକ ମାନଙ୍କ ମଧ୍ୟରେ ଶୁଭମ୍ ତ୍ରିପାଠୀ, ତୋଫାନ ବେହେରା, ବାଦଲ ସୁବୁଦ୍ଧି , ସାଇ ମହାପାତ୍ର , ସୋମ ପ୍ରଧାନ ଆଦି ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here