ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ନିମନ୍ତେ ପୁରାତନ ଛାତ୍ର ସ°ଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ! ଗୋଦାବରୀଶ ବିଦ୍ୟାଳୟର ପୁରାତନ ଛାତ୍ର ସଂଘର ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ଦେବେନ୍ଦ୍ର ନାଥ ମାନସିଂହ ଅଧ୍ୟକ୍ଷତାରେ ଉକ୍ତ ସଭା ଅନୁଷ୍ଠିତ ହୋଇଥିଲା । ମଞ୍ଚାସୀନ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଗୋଦାବରୀଶ ମହା ବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା, ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ , ପୂର୍ବତନ ଆଇଏଫ୍ଏସ୍ ଅଫିସର ଆଶୁତୋଷ ସାମନ୍ତସିଂହାର, ବିଦ୍ୟାଳୟର ପ୍ରଫେସର ଲକ୍ଷ୍ମୀ ପ୍ରସାଦ ମିଶ୍ର ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଆସନ୍ତା ଜୁଲାଇ ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଗୋଦାବରୀଶ ମହାବିଦ୍ୟାଳୟ ର ହୀରକ ଜୟନ୍ତୀ କିପରି ଭାବରେ ପାଳନ ହେବ ସେ ଉପରେ ଆଲୋଚନା କରିଥିଲେ । ଆଜିର ପୁରାତନ ଛାତ୍ର ମାନଙ୍କୁ ଏକତ୍ରିତ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଗାମୀ ଦିନରେ ଗୋଦାବରୀଶ ମହା ବିଦ୍ୟାଳୟର କିପରି ଉନ୍ନତି ହେଇ ପାରିବ ଏଥି ପାଇଁ ବିଦ୍ୟାଳୟର ପୁରାତନ ଛାତ୍ର ମାନଙ୍କ ଅବଦାନ ନିହାତି ଆବଶ୍ୟକ ରହିଛି ବିଦ୍ୟାଳୟ ପକ୍ଷରୁ ସେଥିପାଇଁ ପୁରାତନ ଛାତ୍ର ସଂଘ ଗଠନ କରାଯାଇଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କିଛି ପୁରାତନ ଛାତ୍ର ଛାତ୍ରୀ ବିଦ୍ୟାଳୟର ପରିସରରେ ଆୟୋଜିତ ସାଧାରଣ ପରିଷଦ ବୈଠକ କାର୍ଯ୍ୟକ୍ରମରେ ଯୋଗଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ସଂଘର କିଛି ସଦସ୍ୟ ସହଯୋଗ କରିଥିଲେ । ସୂଚନା ଥାଉକି ମଂଚାସୀନ ସମସ୍ତ ଅତିଥି ଗୋଦାବରୀଶ ମହା ବିଦ୍ୟାଳୟର ପୁରାତନ ଛାତ୍ର ଅଟନ୍ତି ।
ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ନିମନ୍ତେ ପୁରାତନ ଛାତ୍ର ସ°ଘର ସାଧାରଣ ପରିଷଦ ବୈଠକ !!!

