କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : କଣିହାଁ ବ୍ଲକ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ସଭାପତି ଭାବେ ଖଗେଶ୍ୱର ନାଏକ ମନୋନୀତ . କଣିହାଁ ବ୍ଲକ କଂଗ୍ରେସ ଅନୁସୂଚିତ ଜାତି ବିଭାଗର ସଭାପତି ଭାବେ ଖଗେଶ୍ୱର ନାଏକ ଙ୍କୁ ମନୋନୀତ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ବାଙ୍କନିଧି ବେହେରା । ନୂତନ ଦାୟିତ୍ୱ ମିଳିବା ପରେ ଶ୍ରୀଯୁକ୍ତ ନାଏକ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ବାଙ୍କନିଧି ବେହେରା , ଅନୁଗୋଳ ଜିଲ୍ଲା ସଭାପତି ବିପ୍ଳବ ଜେନା ଓ କଣିହାଁ ବ୍ଲକ ସଭାପତି ସୁଶାନ୍ତ ଶଶୀକାନ୍ତ ସାମଲଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତିି । ଶ୍ରୀଯୁକ୍ତ ନାଏକଙ୍କୁ ଅନୁସୂଚିତ ଜାତି ସଭାପତି କରିଥିବାରୁ କଣିହାଁ ବ୍ଲକ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଉନ୍ମାଦନା ବୃଦ୍ଧି ପାଇଛି ।
କଣିହାଁ ବ୍ଲକ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ସଭାପତି ଭାବେ ଖଗେଶ୍ୱର ନାଏକ ମନୋନୀତ !!!

