ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟରେ ପାଞ୍ଚ ଦିନିଆ କମ୍ପ୍ୟୁଟେସନାଲ ଫ୍ଲୁଇଡ଼ ଡ଼ାଇନାମିକ୍ସ ଅନଲାଇନ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟ ଓଡ଼ିଶା ଆନୁକୂଲ୍ୟରେ ଗତ 26 ଜୁଲାଇ ଠାରୁ 30 ଜୁଲାଇ ପର୍ଯ୍ୟନ୍ତ ପାଞ୍ଚ ଦିନିଆ ଅନଲାଇନ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଯେଉଁଥିରେ କମ୍ପୁଟେସନାଲ ଫ୍ଲୁଇଡ଼ ଡାଇନାମିକ୍ସ ଏକ କ୍ଷମତା ସମ୍ପର୍ଣ୍ଣ ଇଂଜିନିୟରିଂ ଡିଜାଇନ ଉପକରଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।ଯାହା କି ସର୍ବ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (AICTE) ତାଲିମଏବଂ ଶିକ୍ଷା (ATAL) ଏକାଡେମୀ ଦ୍ୱାରା ପ୍ରାୟୋଜିତ ହୋଇଥିଲା । ଭାରତର ବିଭିନ୍ନ AICTE ଅନୁମୋଦିତ ବୈଷୟିକ ପ୍ରତିଷ୍ଠାନର ପ୍ରାୟ ଦୁଇ ଶହରୁ ଅଧିକ ଅଧ୍ୟାପକ ଓ ଗବେଷଣା ବିଦ୍ୱାନ ଏହି ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ (FDP) ରେ ଅଂଶ ଗ୍ରହଣ କରିଥିଲେ । ଅଂଶ ଗ୍ରହଣକାରୀଙ୍କ ପାଇଁ ଶିଳ୍ପ ସମ୍ବନ୍ଧୀୟ 4.0 କମ୍ପୁଟେସନାଲ ପ୍ଲୁଇଡ଼ ଡାଇନାମିକ୍ସ (CFD) ବିସ୍ଲେସଣ ପ୍ରାସଙ୍ଗିକତା ଏବଂ ମହତ୍ତ୍ୱ ସମ୍ପର୍କରେ ଜାଣିବା ପାଇଁ FDP ର ପାଠ୍ୟ ବିଷୟ ବସ୍ତୁ ଡିଜାଇନ କରାଯାଇଥିଲା । ନିମ୍ନଲିଖିତ ବୈଷୟିକ ବିଶେଷଜ୍ଞ ମାନେ ଏହି ପାଞ୍ଚଦିନର FDP ର 14 ଟି ଅଧିବେଶନରେ ଅଂଶ ଗ୍ରହଣକାରୀଙ୍କ ଜ୍ଞାନକୁ ଆଲୋକିତ କରିବାପାଇଁ FDPର ସମ୍ବନ୍ଧିୟ କ୍ଷେତ୍ର ଉପରେ ସେମାନଙ୍କର ମନ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଫେସର ଏନ.ବାଳକ୍ରିଷ୍ଣନ ମହାଶୂନ୍ୟ ଯାନ୍ତ୍ରିକ ଅଭିକଳ୍ପ ବିଭାଗ IISE ବାଙ୍ଗାଲୋର, ପ୍ରଫେସର ଜେ.ଏସ.ମାଧୁର ବରିଷ୍ଠ ବୈଜ୍ଞାନିକ KTMD ମୁଖ୍ୟ (CSIR) NAL ବାଙ୍ଗାଲୋର, ପ୍ରଫେସର ଭି.ରମେଶ ବରିଷ୍ଠ ବୈଜ୍ଞାନିକ CTFD ମୁଖ୍ୟ (CSIR) NAL ବାଙ୍ଗାଲୋର, ପ୍ରଫେସର ଶେଖର ମଜୁମଦାର ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟ ଓଡ଼ିଶା, ପ୍ରଫେସର ଏଚ.ଏନ. ଦାସ ଉପ ନିର୍ଦ୍ଦେଶକ NSTL (DRDO) ବିଶାଖାପାଟଣା, ଶ୍ରୀ ମୁକୁନ୍ଦଜୀ ପାଣ୍ଡେ ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟ ଓଡ଼ିଶା, ଶ୍ରୀ ସୁଜିତ ମିଶ୍ର ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟ ଓଡ଼ିଶା, ଶ୍ରୀ ଜି ସତୀଶ ଏନଟପଲ ଟେକ୍ନୋଲୋଜି FDP ଶେଷରେ ପ୍ରଫେସର ଶିବ କ୍ରୀପା ବୋଷଙ୍କ ଦ୍ୱାରା ଏକ ମାନସିକ ଚାପ ପରିଚାଳନା ଏବଂ ଧ୍ୟାନ ବିଷୟରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ଉଦଘାଟନ କରିଥିଲେ ଏବଂ ଏହା ରେଜିଷ୍ଟାର ଅନିତା ପାତ୍ରଙ୍କ ଦ୍ଵାରା ବିରାମ କରାଯାଇଥିଲା । ପ୍ରଫେସର ଅଶୋକ ମିଶ୍ରଙ୍କ ଦ୍ୱାରା ସମଗ୍ର FDP ର ସଂଯୋଜନ ହୋଇଥିଲା । ସମସ୍ତ ଅଂଶ ଗ୍ରହଣକାରୀ ଓ ବୈଷୟିକ ବିଶେଷଜ୍ଞ ଦ୍ୱାରା ଏହି କାର୍ଯ୍ୟକ୍ରମର ଭରପୁର ପ୍ରଶଂସା କରାଯାଇଥିଲା ।

Leave a Reply

Your email address will not be published. Required fields are marked *