ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପବିତ୍ର ଉତ୍କଳ ଦିବସ ଅବସରରେ ମୁକ୍ତିଲାଭ ହୋଇଯାଇଛି ଓଡିଶାର ସଂଗୀତ “ମୋ ଓଡିଶା” । ଏହି ସଂଗୀତ ଏକ ଭିନ୍ନ ଧରଣର ହୋଇଛି । ଓଡିଶାର ୩୦ ଗୋଟି ଜିଲ୍ଲାରୁ ୩୦ ଜଣ କଣ୍ଠଶୀଳ୍ପି ଏଥିରେ କଣ୍ଠଦାନ କରିଛନ୍ତି । ଏହି ୩୦ ଜଣ ମଧ୍ୟରୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର କରଣସାହି ନିବାସୀ କଣ୍ଠଶିଳ୍ପୀ ଜ୍ୟୋତି ପଟ୍ଟନାୟକଙ୍କ କନ୍ୟା ଦୀପଶିଖା ପଟ୍ଟନାୟକ ସୁଯୋଗ ପାଇ ସୁମଧୁର କଣ୍ଠ ଦାନ କରିଥିବାର ଜଣାପଡିଛି । ଏହି “ମୋ ଓଡିଶା” ଗୀତଟିକୁ ସୂର୍ଯ୍ୟ ମହାପାତ୍ରଙ୍କ ସଂଗୀତ ରଚନା କରିଥିବା ବେଳେ ଓଲିଉଡ୍ର ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଗୁଡ୍ଲି ରଥ ଭୁବନେଶ୍ୱର ସ୍ଥିତ ସୋମେଶ ଷ୍ଟୁଡିଓ ରେ ଏହା ଡବିଙ୍ଗ ହୋଇଥିବାର ଜଣାପଡିଛି । ଦୀପଶିଖା ବର୍ତ୍ତମାନ ହିନ୍ଦୁସ୍ଥାନୀ ସଂଗୀତ ଶିକ୍ଷାରେ ଶେଷ ବର୍ଷର ଛାତ୍ରୀ । ସଂଗୀତ ସାଧନା ତାଙ୍କର ନିଶା ଓ ପେଷା । ଜିଲ୍ଲା ତଥା ଜିଲ୍ଲା ବାହାରେ ଓ ଓଡିଶା ରାଜ୍ୟ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ମଧ୍ୟ ଅନେକ ମଞ୍ଚରେ ସେ ନିଜର ପାରିଦର୍ଶିତା ପ୍ରଦାନ କରି ଆସୁଛନ୍ତି ।
“ମୋ ଓଡିଶା” ସଂଗୀତ ଗାଇଲେ ଗଜପତିର ଦୀପଶିଖା ପଟ୍ଟନାୟକ !!!

