ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଜଳୁଛି ସାରା ଓଡ଼ିଶା । ଡହ ଡ଼ହ ଖରାରେ ସନ୍ତୁଳୀ ହେଉଛନ୍ତି ଓଡ଼ିଶାବାସୀ । ପ୍ରଚଣ୍ଡ ରୌଦ୍ରତାପ ନେଇ ୧୩ ଅପ୍ରେଲ ରୁ ୧୫ ଅପ୍ରେଲ ଯାଏଁ ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା । ପାଣିପାଗ ବିଭାଗ ପକ୍ଷରୁ ଜାରି ହେଲା ହିଟ ୱେଭ ଚେତାବନୀ । ଏଥିସହ ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୦ ଡ଼ିଗ୍ରୀ ଅତିକ୍ରମ କଲା ରାଜଧାନୀ ତାତି । ଆଜି ଦିନ ୨ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ରେ ୪୦.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡା: ୪୦.୮ ଡ଼ିଗ୍ରୀ , ସମ୍ବଲପୁର: ୪୦.୬ ଡ଼ିଗ୍ରୀ , ହୀରାକୁଦ: ୩୯.୨ ଡ଼ିଗ୍ରୀ, ଚାନ୍ଦବାଲି: ୩୮.୪ ଡ଼ିଗ୍ରୀ , ବାଲେଶ୍ୱର: ୩୭ .୪ ଡ଼ିଗ୍ରୀ ରେକର୍ଡ କରାଯାଇଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ସ୍ଵାଭାବିକ ତାପମାତ୍ରା ଠାରୁ ୩ ରୁ ୫ ଡିଗ୍ରୀ ଅଧିକ ରହିବ ଦିନ ତାପମାତ୍ର । ୪୦ ଡିଗ୍ରୀ ପାଖାପାଖି ରହିବ ଦିନ ତାପମାତ୍ର । ଘରୁ ବାହାରିବା ସମୟରେ ସର୍ତକ ରହିବା ପାଇଁ ସଚେତନ କରାଇଲା ପାଣିପାଗ ବିଭାଗ । ୧୩ ତାରିଖରେ ଗ୍ରୀଷ୍ମ ପ୍ରବାହ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା – ମୟୁରଭଂଜ, ବାଲେଶ୍ଵର, ସୁନ୍ଦରଗଡ, କେନ୍ଦୁଝର । ୧୪ ତାରିଖରେ ଗ୍ରୀଷ୍ମ ପ୍ରବାହ ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା – ମୟୁରଭଂଜ, ବାଲେଶ୍ଵର, ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡ଼ା ,ସମ୍ବଲପୁର । ୧୫ ତାରିଖରେ ଗ୍ରୀଷ୍ମ ପ୍ରବାହ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା – ମୟୁରଭଂଜ, ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡ଼ା ,ସମ୍ବଲପୁର ,ଦେଓଗଡ଼,ଅନୁଗୁଳ, ବୌଦ୍ଧ । ଏଥିସହ ଏଥର ମୌସୁମୀରେ ସ୍ୱାଭାବିକ ବର୍ଷା ହେବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଦେଶର ସ୍ୱାଭାବିକ ବର୍ଷା ୮୭ ସେମି ର ୯୬%ବର୍ଷା (ମଡେଲ ଜନିତ ତ୍ରୁଟି ±୫%) ସମ୍ଭାବନା ଯାହାକି ସ୍ୱାଭାବିକ ବର୍ଷାର ପରିସର ଭୁକ୍ତ ।