କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଭଦ୍ରକ ଜିଲାର ପରିବିନ୍ଧାମାରପୁର କନକଲତା ବେହେରା ଏବଂ ତାଙ୍କ ସ୍ୱାମୀ ପ୍ରତାପ ବେହେରା ଟ୍ରେନ ରୁ କୋଇଲା ଚୋରି କରୁଥିବା କିଛି ଅସମାଜିକ ଯୁବକଙ୍କୁ ପୋଲିସ ହାତରେ ଧରାଇ ଦେଇ ଥିବାରୁ ଏବେ ପରିବାର ସହିତ ହୋଇ ପଡିଛନ୍ତି ଅସୁରକ୍ଷିତ । କୋଇଲା ମାଫିଆ ସେମାନଙ୍କୁ ସଂଘବଦ୍ଧ ଆକ୍ରମଣ କରିବା ସହିତ ପ୍ରତାପଙ୍କ କାରକୁ ମଧ୍ୟ ପୋଡ଼ି ଦେଇଛନ୍ତି । ଏ ନେଇ ପ୍ରତାପ ସାବରଙ୍ଗ ଥାନା ର ଦ୍ୱାରସ୍ଥ ହୋଇ ମଧ୍ୟ କୌଣସି ସୁଫଳ ପାଇ ନଥିଲେ । ପରେ ଏସଡ଼ିପିଓ ଙ୍କୁ ଦେଖା କରି ନ୍ୟାୟ ପାଇଁ ଗୁହାରି କରି ମଧ୍ୟ ନିରାଶ ହେଲେ । ପୋଲିସ କୁ ସହାୟତା କଲା ପରେ ମଧ୍ୟ ପୋଲିସ ପ୍ରତାପ ଓ ତାଙ୍କ ପରିବାର କୁ ଯୋଗାଇ ପାରୁନି ସୁରକ୍ଷା । ପୋଲିସ ଆପଣଙ୍କ ସେବାରେ ଏଭଳି ସନ୍ଦେଶ ଦେଉଥିବା ରାଜ୍ୟ ପୋଲିସ ବିଭାଗ ଅସମାଜିକ ଯୁବକଙ୍କ ହାତ ବାରିସୀ ସାଜିଛି ବୋଲି ଅଭିଯୋଗ କରିଛନ୍ତି କନକଲତା । ତେବେ ସ୍ଥାନୀୟ ପୋଲିସର ନିଷ୍କ୍ରିୟତା, ଅଭିଯୁକ୍ତ ମାନଙ୍କର କ୍ରମାଗତ ଧମକ ଚମକ ,ଜୀବନ ପ୍ରତି ବିପଦ ଏବଂ ଅସୁରକ୍ଷିତ ପରିବାରକୁ ନେଇ ଉଭୟ କନକଲତା ଓ ପ୍ରତାପ ଡିଜି ଙ୍କୁ ଭେଟି ନିଜର ଅଭିଯୋଗ ରଖିବା ସହିତ ନ୍ୟାୟ ପ୍ରଦାନ ପାଇଁ ଆକୁଳ ନିବେଦନ ରଖିଛନ୍ତି ।
କୋଇଲା ମାଫିଆଙ୍କ ଆତଙ୍କରେ ଭୟଭୀତ ପରିବାର : ନ୍ୟାୟ ପାଇଁ ଡିଜି ଙ୍କ ଦ୍ବାରସ୍ଥ ହେଲେ !!!

