କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : କଳାପଥର ଗ୍ରାମରେ ଆଜି ସକାଳୁ ସକାଳୁ ଚଳିତ ବର୍ଷ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ର ରଥ ନିର୍ମାଣ ପାଇଁ ବୌଦ୍ଧ ବନଖଣ୍ଡ ର କଣ୍ଟାମଳ ରେଞ୍ଜର ନାରାୟଣ ପ୍ରସାଦ ଅଞ୍ଚଳରୁ ପ୍ରଥମ ପର୍ଯ୍ୟାୟ ୨୫ ଖଣ୍ଡ ଅସନ କାଠ ବୋଝେଇ ଟ୍ରଲର ଗାଡି କଳାପଥର ବଜାର ଦେଇ ପୁରୀ ଅଭିମୁଖେର ବାହାରିଥିବା ବେଳେ ଆଜି ସ୍ଥାନୀୟ କଳାପଥର ଓ ଧଳାପଥର ଅଞ୍ଚଳର ମୋଟର ଚାଳକ ସଂଘ ଓ ସ୍ଥାନୟ ଗ୍ରାମବାସୀ ଏବଂ ସଂକୀର୍ତନ ମଣ୍ଡଳୀ ଙ୍କ ମିଳିତ ଉଦ୍ୟମ ରେ ନିକଟ ଦଣ୍ଡା ଚୁଆ ପୋଖରୀ ଠାରୁ ଧଳାପଥରର ପ୍ରସିନ୍ଧ ଶୈବ ପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିର ପର୍ଯ୍ୟନ୍ତ ହରିବୋଲ ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ବଂନୀ ଦେଇ ପାଛୋଡ଼ି ନେଇଥିଲେ ଭକ୍ତ ବୃନ୍ଦ। ଜୟ ଜଗନ୍ନାଥ ଧ୍ୱନି ରେ କମ୍ପି ଉଠିଥିଲା ସମ୍ପୂର୍ଣ ପରିବେଶ । ଶେଷରେ ପୁରୀ ଅଭିମୁଖେ ଯାତ୍ର ପାଇଁ ବିଦାୟ ଦେଇଥିଲେ । ପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆସିଥିବା ଏହି ରଥକାଠ ବୋଝେଇ ଗାଡିର ସାରଥୀ ଭାବେ ସୌଭାଗ୍ୟ ପାଇଛନ୍ତି ସ୍ଥାନୀୟ କଳାପଥର ଅଞ୍ଚଳ ର ଗାଡି ଚାଳକ ସୂର୍ଯ୍ୟକାନ୍ତ ବରାଡ଼ । କଳାପଥର ଠାରୁ ଧଳାପଥର ବଜାର ଦେଇ ରାସ୍ତା ପାର ହେଲାବେଳେ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ବାଟୋଇ ଏବଂ ବ୍ୟବସାୟୀ ମାନେ ରଥ କାଠ କୁ ସ୍ପର୍ଶ କରି ପ୍ରଣାମ ଜଣାଇଥିଲେ ।
କଳାପଥର ରେ ରଥ କାଠକୁ ଭବ୍ୟ ସମ୍ବର୍ଦ୍ଧନା !!!

