ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପରଲୋକରେ ବରିଷ୍ଠ ସାମ୍ବାଦିକ ଜୀବନ ରାୟ ! ଅବେଳରେ ବୁଜିଦେଲେ ଆଖି ! ଘର ପରିବାର ଆତ୍ମୀୟ ସ୍ୱଜନ ସମସ୍ତେ ଶୋକାଭିଭୂତ ! ଗଣମାଧ୍ୟମ ମହଲରେ ଶୋକର ଛାୟା ! ମୁମ୍ବାଇ ସ୍ପୋର୍ଟସ 18 ରେ କାର୍ଯ୍ୟ କରୁଥିବା ସମୟରେ ଅସୁସ୍ଥ ହେବାରୁ ଓଡିଶା ଆସି ଚିକିତ୍ସିତ ହେଉଥିଲେ ! ତେବେ ଗତ ଦୁଇ ଦିନ ତଳେ ସାମାନ୍ୟ ସୁସ୍ଥ ହେବା ପରେ କ୍ୟାପିଟାଲ ହାସ୍ପାତାଳରୁ ଡିସଚାର୍ଜ ହୋଇଥିଲେ ! କିନ୍ତୁ ଗତକାଲି ହଠାତ ବିଗିଡି ଯାଇଥିଲା ସ୍ୱାସ୍ଥ୍ୟ ! ପରିବାର ଲୋକେ ତୁରନ୍ତ ଡାକ୍ତରଖାନା ଆଣି ଭର୍ତ୍ତି କରାଇଥିଲେ ସୁଦ୍ଧା ଚିକିତ୍ସିତ ଅବସ୍ଥାରେ ଆଖି ବୁଝିଥିଲେ ! ସାମ୍ବାଦିକ ଜୀବନ ରାୟ ଙ୍କ ଅକାଳ ବିୟୋଗ ଖବର ଶୁଣି ରାଜଧାନୀରେ ଥିବା ତାଙ୍କ ସହକର୍ମୀ ମାନେ ସଂପୂର୍ଣ୍ଣ ସ୍ତବ୍ଧ ! ବିଗତ ଦିନରେ ସ୍ୱସ୍ତିକ ଇଣ୍ଡିଆ , କାମୟାବ ଟିଭି , ନକ୍ଷତ୍ର ନ୍ୟୁଜ , ନ୍ୟୁଜ ଏକ୍ସ ଓଡ଼ିଆ ରେ କାମ କରିଥିବା ବେଳେ ଏବେ ଦୁଇ ମାସ ହେବ ସ୍ପୋର୍ଟସ 18 ରେ କାର୍ଯ୍ୟ କରୁଥିଲେ !