ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : କ୍ଷେତରେ କାମ କରୁଥିବା ସମୟରେ ଚାଷୀଙ୍କ ଅକାଳ ବିୟୋଗ ! ଭାପୁର ବ୍ଲକ ଅନ୍ତର୍ଗତ ଗୋଳାପୋଖରି ପଞ୍ଚାୟତ ତରବାଲୋ ଗ୍ରାମର ସୋମନାଥ ପଲେଇ ସକାଳେ ବିଲକୁ କାମ କରିବାକୁ ଯାଇଥିବା ବେଳେ ହଠାତ୍ ତାଙ୍କର ଅକାଳ ବିୟୋଗ ହୋଇଅଛି ! କ୍ଷେତରେ ଏପରି ଘଟଣା ଘଟିବା ପରେ ଘର ଲୋକ ତାଙ୍କୁ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ ! ଅତ୍ୟଧିକ ଖରା ଯୋଗୁ ଅଂଶୁଘାତ ରେ ତାଙ୍କର ଦେହାନ୍ତ ହୋଇଛି ବୋଲି ଅନୁମାନ କରିଛନ୍ତି ଡାକ୍ତର ! ତେବେ ଅପେକ୍ଷା ରହିଛି ଶବ ବ୍ୟବଚ୍ଛେଦ ରିପୋର୍ଟ କୁ । ଏପରି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳି ଯାଇଛି !
କ୍ଷେତରେ କାମ କରୁଥିବା ସମୟରେ ଚାଷୀଙ୍କ ଅକାଳ ବିୟୋଗ !!!

