ସତ୍ୟବାଦୀ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ନିକଟସ୍ଥ ଦାସ ବିଦ୍ୟାଧରପୁର ପଞ୍ଚାୟତ ର ଭିପୁର ଗ୍ରାମ ରେ ଖଈଫୋଡ଼ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗ୍ରାମ ର ମା ଗଡ଼ଚଣ୍ଡି ମନ୍ଦିର ବଡ଼ ପୋଖରୀ ଠାରେ ଖଈଫୋଡ଼ ଯାତ୍ରା ଦେଖିବା ପାଇଁ ହଜାର ହଜାର ଲୋକ ଙ୍କ ସମାଗମ ଦେଖିବାକୁ ମିଳିଥିଲା । ଠାକୁରାଣୀ ଙ୍କ ସମସ୍ତ ଦେବ ନିତି ସରିବା ପରେ ମାନସିକ ଧାରି ମାନେ ବଡ଼ ପୋଖରୀ ରେ ଗାଧୁଆ ପାଧୁଆ ସାରିବା ପରେ ଛଅ ରୁ ଦଶ ଇଞ୍ଚ୍ ଲମ୍ବା ର ୪ ଟି ଲେଖାଏଁ ଲୁହା ବାଙ୍କି କଣ୍ଟା ପିଠିରେ ଫୁଟାଇ ମାନସିକ ଧାରି ମାନେ ୩୦ ଫୁଟ ଉଚ୍ଚ ଖାଈରୁ ତଳକୁ ଝୁଲିରହିବା ଏବଂ ଠାକୁରାଣୀଙ୍କ ଜୟ ଜୟକାର ଓ ହରିବୋଲ ହୁଳହୁଳି ଦେଈ ଚକ ଚାରିପଟେ ବୁଲିବା ଏକ ନିଆରା କଷ୍ଟକର ସାଧନା ଦେଖିବାକୁ ମିଳିଥିଲା । ଏତେ ଏତେ ବଡ଼ କଣ୍ଟା ଫୁଟା ଯାଉଥିଲେ ମଧ୍ୟ ଟିକେ ବି ହେଲେ ରକ୍ତସ୍ରାବ ହେଉନଥିଲା । ଏହା ମା ଙ୍କ ଦିବ୍ୟ ଶକ୍ତି ଏବଂ କରୁଣା ବୋଲି ଭକ୍ତମାନେ କହୁଥିଲେ । କାହିଁ କେତେ କାଳରୁ ଏ ପରମ୍ପରା ଚାଲି ଆସିଛି ।