କଣାସ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : କାତପଡା ଠାରେ କଣାସ ବଜରଙ୍ଗ ଦଳ ପକ୍ଷରୁ ଶୋଭାଯାତ୍ରା ! ପୁରୀ ଜିଲ୍ଲା କଣାସ ବ୍ଲକ୍ ନିକଟସ୍ଥ ଦୋକନ୍ଦା ମେଳନ ପଡ଼ିଆରୁ ଅଜୟ ବେହେରା ଙ୍କ ନେତୃତ୍ବରେ ଏକ ବଡ଼ ଧରଣର ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରା ଦୋକନ୍ଦା ମେଳନ ପଡ଼ିଆରୁ ବାହାରି କଣାସ ବଜାର ଦେଇ କାତପଡା ଠାରେ ଥିବା ହନୁମାନ ମନ୍ଦିର ନିକଟରେ ପହଞ୍ଚିଥିଲା । ଏଥିରେ ସଚ୍ଚିକାନ୍ତ ବେହେରା, ବିକାଶ ବରିସଲ, ଶ୍ରୀତମ ସୁନ୍ଦରାୟ, କାହୁଁ ଚରଣ ଜୟସିଂହ ସହଯୋଗ କରିଥିଲେ । ଶାନ୍ତି ଶୃଙ୍ଖଳାରେ କାର୍ଯ୍ୟ ସମାପନ ହୋଇଥିଲା ! କଣାସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିବାର ଦେଖିବାକୁ ମିଳିଥିଲା ।
କାତପଡା ଠାରେ ବଜରଙ୍ଗ ଦଳ ପକ୍ଷରୁ ଶୋଭାଯାତ୍ରା !!!

