ଉମରକୋଟ ( ଆୱାଜ ମିଡ଼ିଆ ) – ବିଜୟଲତା ପାଣିଗ୍ରାହୀ : ନବରଙ୍ଗପୁର ଜିଲ୍ଲା ର ମୁଖ୍ୟ ବ୍ୟବସାୟିକ କେନ୍ଦ୍ର କୁହାଯାଉଥିବା ଉମରକୋଟ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଜିଲ୍ଲା ର ରାଇଘର, ଝରୀଗାଁ, ଚନ୍ଦାହାଣ୍ଡି ଓ ଡାବୁଗାଁ ବ୍ଲକ ସହ ଉମରକୋଟ ବ୍ଲକ ଏବଂ ମ୍ୟୁନିସିପାଲଟି ଅଞ୍ଚଳ ର ଦଶ ଲକ୍ଷ ରୁ ଉର୍ଦ୍ଧ ଲୋକ ନିର୍ଭର କରୁଥିବା ବେଳେ ଡାକ୍ତରଖାନା ରେ ବିଶେଷଜ୍ଞ ଡାକ୍ତର ଅଭାବ, ରକ୍ତ ଭଣ୍ଡାର ନ ଥିବା ସହ ଏନେସ୍ତେସିଆ ବିଶେଷଜ୍ଞ ଙ୍କ ଅଭାବ ଯୋଗୁଁ ପ୍ରତି ବର୍ଷ ବହୁ ସଂଖ୍ୟା ରେ ଗର୍ଭବତୀ ଓ ପ୍ରସୂତି ଙ୍କ ମୃତ୍ୟୁ ହୋଇ ଚାଲିଛି ! ବାରମ୍ବାର ଏଭଳି ଗରିବ ନିରୀହ ଙ୍କ ଜୀବନ କୁ ନେଇ ଖେଳ ଖେଳୁଥିବା ପ୍ରଶାସନ ନିଦାବିଷ୍ଣୁ ସାଜିଥିବା ବେଳେ ଆଜି ଆଉ ଜଣେ ଗର୍ଭବତୀଙ୍କ ଚିକିତ୍ସା ଅଭାବରୁ ମୃତ୍ୟୁ ଘଟିଥିବା ଘଟଣା କୁ ନେଇ ଅଞ୍ଚକରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ! ଡାକ୍ତର ଙ୍କ ଅବହେଳା ଯୋଗୁଁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଥାନାରେ ଏତଲା ଦେବା ସହ ତଦନ୍ତ ଦାବି କରିଛନ୍ତି ପରିବାର ବର୍ଗ ! ପ୍ରାପ୍ତ ସୂଚନା ମୁତାବକ , ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ୟୁଭି 2 ବଡ଼କୁମାରୀ ଗ୍ରାମର ଧୀରଜ ଅଧିକାରୀ ଙ୍କ ସ୍ତ୍ରୀ ସୁମତି ଅଧିକାରୀ ଗର୍ଭବତୀ ହୋଇ ଉମରକୋଟ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମହିଳା ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁମନ୍ତ ରାଉଳ ଙ୍କୁ ନିୟମିତ ଭାବେ ଚିକିତ୍ସା କରେଇ ଆସୁଥିଲେ ! ପୂର୍ବ ନିର୍ଧାରିତ ସମୟ ମୁତାବକ ପ୍ରସବ ଯନ୍ତ୍ରଣା ହେବାରୁ ଗତକାଲି ସକାଳେ ସୁମତୀଙ୍କୁ ପରିବାର ଲୋକେ ଡାକ୍ତରଖାନା ନେଇଥିଲେ ! ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା ପରେ ଦଶ ଦିନର ଔଷଧ ଦେଇ ଘରକୁ ପଠେଇ ଥିଲେ, କିନ୍ତୁ ରାତ୍ର ରେ ପୁନର୍ବାର ପ୍ରସବ ଯନ୍ତ୍ରଣା ହେବାରୁ ରାତ୍ର 11ଘଂଟିକା ସମୟରେ ଡାକ୍ତରଖାନା କୁ ଆଣି ଭର୍ତି କରିଥିଲେ ! ସେଠାରେ ଉପସ୍ଥିତ ନର୍ସ ପ୍ରସବ ପାଇଁ ଚେଷ୍ଟା କରି ବିଫଳ ହୋଇ ବାରମ୍ବାର ଡାକ୍ତର ରାଉଳ ଙ୍କୁ ଫୋନ କରିଥିଲେ ମଧ୍ୟ ଡାକ୍ତର ନିଜେ ନ ଆସି କିଛି ସମୟ ଚେଷ୍ଟା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର ପାଇଁ ନର୍ସ ଙ୍କୁ ପରାମର୍ଶ ଦେଇଥିଲେ ! ସଂଗେ ସଂଗେ ପରିବାର ଲୋକ ଜିଲ୍ଲା ମୁଖ୍ୟା ଚିକିତ୍ସାଳୟ କୁ ନେଉଥିବା ବେଳେ ରାସ୍ତାରେ ମୃତ୍ୟୁବରଣ କରିଥିବା କହିବା ସହ ଡାକ୍ତର ଙ୍କ ଅବହେଳା ଯୋଗୁଁ ସୁମତି ଙ୍କ ମୃତ୍ୟ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ! ଘଟଣାର ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ ! ସେପଟେ ଏ ସମ୍ପର୍କରେ ସମ୍ପୃକ୍ତ ଡାକ୍ତର ଙ୍କୁ ପଚାରିବାରୁ ସେ ଡାକ୍ତରଖାନା ରେ ଅସ୍ତ୍ରପ୍ରଚାର ର ପର୍ଯ୍ୟାପ୍ତ ସୁବିଧା ସହ ରକ୍ତ ଭଣ୍ଡାର ନ ଥିବାରୁ ଗର୍ଭବତୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା ଫୋନ ଯୋଗେ ପ୍ରକାଶ କରିଛନ୍ତି !