ରାଜ୍ୟସ୍ତରୀୟ ସିଦ୍ଧ ମହାବୀର ମହୋତ୍ସବ ଉଦଯାପିତ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ ଜିଲ୍ଲା ଭାପୁର ବ୍ଲକ ଜାମୁସାହି ଗ୍ରାମ ଠାରେ ପ୍ରତିଷ୍ଠିତ ସିଦ୍ଧ ମହାବୀର ମନ୍ଦିର ସମ୍ମୁଖରେ ଦୁଇଦିନ ଧରି ରାଜ୍ୟସ୍ତରୀୟ ମହୋତ୍ସବ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ଜୟକୃଷ୍ଣ ବାରିକ ଓ ସଭାପତି ମାଟିଆ ସ୍ୱାଇଁ ଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ବାଦିପାଲା , ଘୋଡ଼ାନାଚ, ଭାଗବତ, ନବରଙ୍ଗ, ଘୁଡ଼ୁକି ଓ ଭାରତ ଲୀଳା ଭଳି ଗ୍ରାମୀଣ ସଂସ୍କୃତି ଆଧାରିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଶୁକ୍ରବାର ଯଜ୍ଞ ଓ ବାଦିପାଲା ଆୟୋଜିତ ହୋଇଥିଲା । ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ , ସମାଜ ସେବୀ ଦୁଷ୍ମନ୍ତ କୁମାର ସ୍ବାଇଁ ଯୋଗ ଦେଇଥିଲେ । ସେହିପରି ଶନିବାର ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ବେହେରା , କଣ୍ଠ ଶିଳ୍ପୀ ଧୀର ନନ୍ଦ , ସବିତା ଶୁକ୍ଳା, ମମତା ବାରିକ ଓ ଜ୍ୟୋତିର୍ମୟୀ ତ୍ରିପାଠୀ ଯୋଗ ଦେଇଥିଲେ । ଅପରାହ୍ନରେ ଆୟୋଜିତ ପୂଜ୍ୟ ପୂଜା କାର୍ଯ୍ୟକ୍ରମରେ ଭାପୁର ବିଡ଼ିଓ ରଞ୍ଜିତ କୁମାର ମଲ୍ଲିକ ଯୋଗଦେଇ ୧୫ ଜନ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Leave a Reply

Your email address will not be published. Required fields are marked *