ଓଳିଆ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ପାଳିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ଓଳିଆ ପଞ୍ଚାୟତରେ ଅବସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ତଥା ପ୍ରଫେସର ରଞ୍ଜନ କୁମାର ମଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ଜଗବନ୍ଧୁ ପୃଷ୍ଟି, ସମ୍ମାନିତ ଅତିଥି ଭାବେ ସରପଞ୍ଚ ସିଦ୍ଧେଶ୍ୱର ସଏ, ଗୋବର୍ଦ୍ଧନ ପ୍ରଧାନ, ଇଂ ବିଶ୍ୱଜିତ ମହାନ୍ତି, ଶିଶିର କୁମାର ବାରିକ, ଅଭିମନ୍ୟୁ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ସମାଜରେ ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ୧୦ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା ।

ସେମାନେ ହେଲେ ଶିକ୍ଷା କ୍ଷେତ୍ରରେ ରଞ୍ଜନ କୁମାର ମଲିକ, ସୁବର୍ଣବାଳା ମହାନ୍ତି, ସମାଜସେବା ପାଇଁ ଗୋବର୍ଦ୍ଧନ ପ୍ରଧାନ, ଗଗନ ଚନ୍ଦ୍ର ପ୍ରଧାନ, ଗୋପୀନାଥ ରାଉତ, ସାମ୍ବାଦିକତା କ୍ଷେତ୍ରରେ ଜିଜ୍ଞାସୁ ସାହୁ, ବିଜୟରଶ୍ମୀ ତ୍ରିପାଠୀ, କଳା କ୍ଷେତ୍ରରେ ଶ୍ରାବଣୀ ନାୟକ, ଆୟୁସା ନାୟକ ଓ ପିଙ୍କି ବାରିକ । ଅବସର ପ୍ରାପ୍ତ ଶିକ୍ଷକ ବିନୟ କୁମାର ହୋତା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ , ବିଦ୍ୟାଳୟର ସମ୍ପାଦକ ରବିନାରାୟଣ ସୁତାର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ , ଆଚାର୍ଯ୍ୟ ଲକ୍ଷ୍ମୀପ୍ରିୟା ପ୍ରଧାନ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟର ବାର୍ଷିକ କ୍ରୀଡ଼ାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଶିଶୁ ମନ୍ଦିରରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷା,ସଂସ୍କାର, ଦେଶାତ୍ମବୋଧକ ଭାବନା, ମାନସିକ ବିକାଶ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥାଏ ବୋଲି ପ୍ରଧାନ ଆଚାର୍ଯ୍ୟ ମତବ୍ୟକ୍ତ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ପୂର୍ଣ୍ଣାଙ୍ଗ ବିକାଶରେ ଗୁରୁଜୀ, ଗୁରୁମା, ପିତା, ମାତା ଓ ପରିବାର ଲୋକଙ୍କ ଗୁରୁ ଦାୟିତ୍ୱ ଥିବା ମୁଖ୍ୟ ଅତିଥି ପ୍ରଫେସର ରଞ୍ଜନ କୁମାର ମଲିକ ମତବ୍ୟକ୍ତ କରିଥିଲେ । ଶେଷରେ କୁନି ପିଲାଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *