ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଭେଙ୍କେଟଶ୍ଵର ଇଂରାଜୀ ମିଡିଅମ ସ୍କୁଲ ର ୧୪ତମ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ରଞ୍ଜିତ ପ୍ରଧାନ ଙ୍କ ସଭାପତିତ୍ବରେ ଏକ ସଭା କାର୍ଯ୍ୟର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜଏଣ୍ଟ ଡାଇରେକ୍ଟର ରାଜଶ୍ରୀ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଡଃ ଦେବେନ୍ଦ୍ର ନାଥ ମାନସିଂହ, ସମ୍ମାନୀତ ଅତିଥି ଭାବେ ଚିଲିକା ବିଇଓ ନଳିନୀକାନ୍ତ ମହାନ୍ତି, ବାଣପୁର ଓକିଲ ସଂଘର ସଭାପତି ବୃନ୍ଦାବନ ପ୍ରଧାନ ,ମୂରଲୀଧର ସାମନ୍ତସିଂହାର , ବିଦ୍ୟାଳୟ ସମ୍ପାଦକ ସସ୍ମିତା ପ୍ରଧାନ ପ୍ରମୁଖ ଯୋଗଦେଇ ଶିକ୍ଷା ଓ ସଂସ୍କୃତି ସମ୍ପର୍କରେ ମତାମତ ଦେବା ସହ ଛାତ୍ରଛାତ୍ରୀ ମାନଙ୍କର ଭାଗ୍ୟ ଓ ଭବିଷ୍ୟତ ଶିକ୍ଷକ ମାନଙ୍କ ଉପରେ ନିର୍ଭୟ କରିଥାଏ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ପ୍ରିନସିପାଲ ରାମଚନ୍ଦ୍ର ସାସମଲ ଧନ୍ୟବାଦ ଅର୍ପଣ କରିଥିଲେ ।
ବାଲୁଗାଁ ଭେଙ୍କେଟଶ୍ଵର ସ୍କୁଲ ର ଜନ୍ମବାର୍ଷିକୀ ପାଳିତ !!!

