ବାଣପୁର ଗୁପ୍ତେଶ୍ୱର ଦେବଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଓ ତେଇଶ ଦେବା ଦେବୀଙ୍କ ମେଳନ ମହୋତ୍ସବ ସମାପନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁରର ପୁରାତନ ଶୈବପୀଠ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମହା ଦେବଙ୍କ ପୀଠରେ ୧୮ ତାରିଖ ମଙ୍ଗଳବାର ଠାରୁ ୨୧ ତାରିଖ ଶୁକ୍ରବାର ପର୍ଯ୍ୟନ୍ତ ଚାରିଦିନ ଧରି ବିଶ୍ଵଶାନ୍ତି ମହାଯଜ୍ଞ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ବିଶ୍ଵଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ଅବସରରେ ତେଇଶ ଦେବା ଦେବୀଙ୍କ ମହା ମେଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ୪ ଦିନ ବ୍ୟାପୀ ମହାଯଜ୍ଞ ଚାଲିଥିବା ବେଳେ , ପିଠାଧିପତି ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଦେବ ଏହି ଯଜ୍ଞ ପୂର୍ବରୁ ବିଭିନ୍ନ ଗ୍ରାମର ୨୩ ଦେବାଦେବୀଙ୍କୁ ଯଜ୍ଞର ପୂର୍ଣ୍ଣାହୁତି ଅବସରରେ ସମସ୍ତଙ୍କୁ ମହା ମିଳନ ନିମନ୍ତେ ତାଙ୍କ ଦେବ ପୀଠକୁ ବିଧିବିଧାନ ଅନୁଯାଇ ନିମନ୍ତ୍ରଣ କରିଥିଲେ । ସ୍ଥାନାଧିପତି ଗୁପ୍ତେଶ୍ୱର ଦେବଙ୍କ ନିମନ୍ତ୍ରଣ କ୍ରମେ ବାଣପୁର ବାଲୁଗାଁ ଅଞ୍ଚଳର ଶ୍ରୀ ଶ୍ରୀ ରାମେଶ୍ଵର ଦେବ ବିଜେ ଗବପଦର, ଶ୍ରୀ ଶ୍ରୀ ଗତିଶ୍ୱର ଦେବ ବିଜେ ଦୁଲଣୀ ଶାସନ, ଶ୍ରୀ ଶ୍ରୀ ଜଗତେଶ୍ୱର ଦେବ ବିଜେ ମଙ୍ଗଳପୁର ଶାସନ, ଶ୍ରୀ ଶ୍ରୀ ସୋମନାଥଶ୍ୱର ଦେବ ବିଜେ ଏକ ଡ଼ାଳିଆ, ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ଦେବ ବିଜେ ରଘୁନାଥ ପୁର ବାଲୁଗାଁ, ଶ୍ରୀ ଶ୍ରୀ ଗତିଶ୍ୱର ଦେବ ବିଜେ ମଙ୍ଗରାଜ ପୁର, ଶ୍ରୀ ଶ୍ରୀ କପିଳେଶ୍ଵର ଦେବ ବିଜେ ସାନହନ୍ତୁଆଡ, ଶ୍ରୀ ଶ୍ରୀ ବ୍ରହ୍ମେଶ୍ୱର ଦେବ ବିଜେ ପଲଟଣ ପଡ଼ିଆ, ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବ ବିଜେ ଦୋଳ ମୁଣ୍ଡାଇ, ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଦେବ ବିଜେ ବଡ଼କୂଳ, ଶ୍ରୀ ଶ୍ରୀ ବାଙ୍କନିଧି ଦେବ ବିଜେ ଗବପଦର, ଶ୍ରୀ ଶ୍ରୀ ଗଛବାଲୁଙ୍କେଶ୍ୱର ଦେବ ବିଜେ ହାତୀମୁଣ୍ଡା, ଶ୍ରୀ ଶ୍ରୀ ଧବଳେଶ୍ଵର ଦେବ ବିଜେ ଭେଲେରୀ, ଶ୍ରୀ ଶ୍ରୀ କୁଞ୍ଜବିହାରୀ ଦେବ ବିଜେ ସାନହନ୍ତୁଆଡ, ଶ୍ରୀ ଶ୍ରୀ ବୃନ୍ଦାବନଚନ୍ଦ୍ର ଦେବ ବିଜେ ଭୀମପୁର, ଶ୍ରୀ ଶ୍ରୀ ରଘୁନାଥ ଦେବ ବିଜେ ଭୀମପୁର, ଶ୍ରୀ ଶ୍ରୀ ଉତ୍ତରାୟଣୀ ଦେବୀ ବିଜେ ବିଞ୍ଝଳା, ଶ୍ରୀ ଶ୍ରୀ ପାଦୁକାୟୀ ଦେବୀ ବିଜେ ଖଣନ୍ତ, ଶ୍ରୀ ଶ୍ରୀ ଭୁଇଁୟାଣୀ ଦେବୀ ବିଜେ ଖଣନ୍ତ, ଶ୍ରୀ ଶ୍ରୀ ବାଟମଙ୍ଗଳା ଦେବୀ ବିଜେ ବିଜେ ଗୋପୀନାଥପୁର, ଶ୍ରୀ ଶ୍ରୀ ଜଗତେଶ୍ୱର ଦେବ ବିଜେ ସୁବୁଦ୍ଧିପାଟଣା, ଶ୍ରୀ ଶ୍ରୀ ଲୋକନାଥ ଦେବ ବିଜେ ବାଲିପଦର ଆଦି ବିଜେ କରିଥିଲେ । ତେବେ ଶୁକ୍ରବାର ପ୍ରାତଃ କାଳରେ ସମସ୍ଥ ଦେବାଦେବୀ ସୁସଜ୍ଜିତ ବିମାନ ସହ ଘଣ୍ଟ, କାହାଳୀ, ମଶାଲ ପାଟ ପଟୁଆର ସହିତ ବାବା ଗୁପ୍ତେଶ୍ୱର ଦେବଙ୍କ ପୀଠରେ ପହଞ୍ଚି ଥିଲେ । ତେବେ ସମସ୍ତ ଦେବାଦେବୀ ନିଜ ନିଜ ଆସନ ଗ୍ରହଣ କରିବା ପରେ ନିତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା ଓ ଅପରାହ୍ନ ସମୟରେ ଯଜ୍ଞର ପୂର୍ଣ୍ଣାହୁତି ପରେ ସମସ୍ତ ଦେବାଦେବୀ ଙ୍କର ମେଳଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଶତାଧିକ ଭକ୍ତଙ୍କର ସମାଗମ ହୋଇଥିଲା । ଚାରି ଦିନ ଧରି ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମକୁ ଗାଲୁଆ ଗ୍ରାମବାସୀ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *