ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରିଣୀଙ୍କ ବଦଳି ଦାବିରେ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ ସମସ୍ତ କାଉନସିଲର ମାନେ ଅନଶନରେ ବସିଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ସ୍ଵପ୍ନାରାଣୀ ପାଢ଼ୀ ଙ୍କ କାର୍ଯ୍ୟ କଳାପ ଓ ବ୍ୟବହାରରେ ରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ତୁରନ୍ତ ବଦଳି ଦାବିରେ ନାରାବାଜି କରିଥିଲେ । ପରିଷଦର ଚତୁର୍ଥ ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଅଭିମନ୍ୟୁ ସ୍ବାଇଁ, ଲକ୍ଷ୍ମୀଧର ସେଠି ପ୍ରମୁଖ ଅନ୍ୟ ସମସ୍ତ କାଉନସିଲର ମାନେ ଆଜି ଏନ୍ ଏ ସି ଅଫିସ୍ ସମ୍ମୁଖରେ ଧାରଣାରେ ବସିଥିଲେ । ଏମାନଙ୍କର ଅଭିଯୋଗ ହେଲା କାର୍ଯ୍ୟ ନିର୍ବାହୀ ଅଧିକାରୀ ଏକ ବର୍ଷ ହେଲା ବିଭିନ୍ନ କାର୍ଯ୍ୟରେ ସହଯୋଗ ନଦେବା ଓ କଦର୍ଯ୍ୟ ବ୍ୟବହାର କରିବା ସହିତ ବିଭିନ୍ନ ସମସ୍ୟା କୁ ସମାଧାନ ନକରି ସହଯୋଗ ନଦେବା ଫଳରେ କୌଣସି ପ୍ରକାରର ଉନ୍ନତି ମୂଳକ କାର୍ଯ୍ୟ ଠିକ୍ ଭାବରେ ହୋଇ ପାରୁନାହିଁ । ଅଭିଯୋଗ ବିଷୟରେ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ସ୍ଵପ୍ନାରାଣୀ ପାଢ଼ୀଙ୍କୁ ଗଣମାଧ୍ୟମ ଯୋଗାଯୋଗ କରିବା ରେ ସେ କହି ଥିଲେ ଯେ ସେମିତି କୌଣସି ଅନିୟମିତତା ହୋଇନାହିଁ । ଆମେ ସମସ୍ତେ ମିଳି ମିଶି ସମସ୍ତ କାର୍ଯ୍ୟ ସଂପାଦନ କରୁଛି । ସବୁ କାର୍ଯ୍ୟ ସରକାରଙ୍କ ଗାଇଡ ଲାଇନ ଅନୁସାରେ ହେଉଛି । କିନ୍ତୁ କାଉନସିଲର ମାନେ ଓ ଚେୟାରପର୍ସନ ମିଶି ଏକଜୁକୁଟିଭ ଅଫିସର ଙ୍କୁ ବଦଳି ଦାବିରେ ଅଡି ବସିବା ସହିତ ଜୋରଦାର ସ୍ଲୋଗାନ ସହିତ ନାରାବାଜି କରିଛନ୍ତି l