ଵୟାଳିଶ ମୌଜାରେ ଲାଗିଲା ଟଙ୍କା ଡିପୋଜିଟ୍ ମେସିନ !!!

Spread the love

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଵୟାଳିଶ ମୌଜା ଉପକଣ୍ଠ କଳପଡା ବଜାର ସ୍ଥିତ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ଏଟିଏମ୍ ମେସିନ୍ ନିକଟରେ ଟଙ୍କା ଉଠାଣ ଓ ଡିପୋଜିଟ୍ ମେସିନ ଲାଗିଛି । ଯାହାଦ୍ବାରା ୪୨ମୌଜା ଓ ଅନ୍ୟ ଅଞ୍ଚଳବାସୀ ମାନେ ବ୍ୟାଙ୍କ ଖୋଲା ଓ ବନ୍ଦ ଥିଲେ ଏଥିରୁ ଉପକୃତ ହୋଇପାରିବେ ବୋଲି ବ୍ୟାଙ୍କ ଶାଖା ପ୍ରବନ୍ଧକ ସୁନୀଲ କୁମାର ସାହାଣୀ ଓ ଆସିଷ୍ଟାଣ୍ଡ ମ୍ୟାନେଜର ରମେଶ ଚନ୍ଦ୍ର ମୁଦୁଲି ପ୍ରକାଶ କରିଛନ୍ତି । ପୂର୍ବରୁ ୪୨ ମୌଜା ଅଞ୍ଚଳରେ ବିଭିନ୍ନ ବ୍ୟାଙ୍କ ତରଫରୁ ଟଙ୍କା ଉଠାଣ ପାଇଁ ଏଟିଏମ୍ ମେସିନ୍ ବସା ଯାଇଥିଲେ ମଧ୍ୟ ପ୍ରଥମ ଥର ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ତରଫରୁ ଟଙ୍କା ଜମାକାରୀ ମେସିନ୍ ପ୍ରଥମ ଥର ପାଇଁ ବସା ଯାଇଥିବାରୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି । ଏତଦ୍ୱାରା ବ୍ୟାଙ୍କ ବନ୍ଦ ଥିବା ସମୟରେ ମଧ୍ୟ ଲୋକେ ଏହି ମେସିନ୍ ସାହାଯ୍ୟରେ ନିଜେ ଟଙ୍କା ଜମା କରିପାରିବେ । ବ୍ୟାଙ୍କ ପ୍ରବନ୍ଧକ ଶ୍ରୀ ସାହାଣୀ କହିବା ମୁତାବକ ଏହି ମେସିନର ବିଶେଷତା ହେଲା ଗ୍ରାହକ ଏଟିଏମ୍ କାର୍ଡ ବ୍ୟବହାର ନ କରି ମଧ୍ୟ ଆକାଉଣ୍ଟ ଓ ମୋବାଇଲ୍ ନମ୍ୱର୍ ଦ୍ୱାରା ଟଙ୍କା ଜମା କରାଯାଇ ପାରିବ । ଏ ନେଇ ଯୁବ ସାମ୍ୱାଦିକ ଚନ୍ଦନ ମହାନ୍ତି, ସାମ୍ୱାଦିକ ଦୀପକ ଆଚାର୍ଯ୍ୟ ପ୍ରମୁଖ ବ୍ୟାଙ୍କ କତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *