କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ରାଜ୍ୟରେ ଆଉ ଚାଲିବ ନାହିଁ ଯାତ୍ରା ପାଟିର ଏକଛତ୍ରବାଦୀ ଶାସନ l ଜିଲ୍ଲା ରେ ଗଠନ ହେଲା ଯାତ୍ରା କମିଟି ମହାସଂଘ l ରାଜ୍ଯ ଯାତ୍ରା କମିଟି ମହାସଂଘ ଦ୍ଵାରା କେନ୍ଦ୍ରାପଡା ଜିଲ୍ଲା ଯାତ୍ରା କମିଟି ର କାର୍ଯ୍ୟକାରିଣୀ ପ୍ରଥମ ବୈଠକ କେନ୍ଦ୍ରାପଡ଼ା ହୋଟେଲ ଚଣ୍ଡିଆ ପ୍ୟାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି ! ଜିଲ୍ଲାରୁ ୫୫ ଯାତ୍ରା କମିଟି ର ପ୍ରାୟ ୨୫୦ ଜଣ ସଦସ୍ୟ ବୈଠକରେ ଯୋଗ ଦେଇଥିଲେ ! ମହାସଂଘର ସମ୍ପାଦକ ଉମାକାନ୍ତ ମିଶ୍ର, କୋଷାଧ୍ୟକ୍ଷ ତଥା ରାଜ୍ଯ ସଂଯୋଜକ ମାନସ ରାୟ ସାମନ୍ତ, ନର୍ଥ ଜୋନ୍ ସମ୍ପାଦକ କୈଳାସ ମହାନ୍ତି , ସଭାପତି ସୋମନାଥ ପଣ୍ଡା ଉପସ୍ଥିତ ଥିଲେ ! ଯାତ୍ରା କମିଟି କର୍ମକର୍ତ୍ତା ମାନେ ଯାତ୍ରା ର ବିଭିନ୍ନ ପ୍ରକାର ଅସୁବିଧା ତଥା କମିଟି ର କ୍ଷତି କୁ ଉପସ୍ଥାପନ କରିଥିଲେ ! ଆଗକୁ କିପରି ଯାତ୍ରା କମିଟି କ୍ଷତି ନ ସହିବ ସେଥିପାଇଁ ବିସ୍ତୃତ ଆଲୋଚନା କରିଥିଲେ ! ଶେଷରେ କେନ୍ଦ୍ରାପଡ଼ା ଜିଲ୍ଲା ଯାତ୍ରା କମିଟି ର ସଭାପତି ମିହିର ସାମଲ ଓ ସମ୍ପାଦକ ସଞ୍ଜୟ କୁମାର ମଲ୍ଲିକ ଙ୍କୁ ଚୟନ କରାଗଲା ।
ଯାତ୍ରା କମିଟି ମହାସଂଘ ପକ୍ଷରୁ ବୈଠକ ଅନୁଷ୍ଠିତ !!!

