ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପେଟ ଚାଖଣ୍ଡକ ପାଇଁ ମନୁଷ୍ୟ ବିଭିନ୍ନ ଅଭିନୟ କରେ ! ମନୁଷ୍ୟ ଜୀବନ ରେ ଏ ଦୁନିଆ ହେଉଛି ଏକ ରଙ୍ଗମଞ୍ଚ, ଏହି ବଞ୍ଚିବାକୁ ହେଲେ ସମସ୍ତ ପ୍ରାଣୀ ନିଜ ନିଜର କୁଳର ଅଭିନୟ କରିବାକୁ ପଡିଥାଏ l ଏ ମଣିଷ ସମାଜରେ ଏକ ଜାତି ଅଛି ତାହା ହେଉଛି ମାଟିଆ କେଳାର ଜାତି ! ନିଜ ଅଭିନୟ ମାଧ୍ୟମରେ ନାକରେ ଟାକୁଆ ଠୋଲୀ ଲଗାଇ ବାଲିରେ ମୁଣ୍ଡକୁ ପୋତି ଅଭିନୟ କରିବାରେ ବେସ ପାରଙ୍ଗମ ଥାନ୍ତି, ଗାଁ ଗାଁ ବୁଲି ଅଭିନୟ ମାଧ୍ୟମରେ ଭିକ୍ଷା ବୃତ୍ତି କରି ନିଜ ପରିବାର ପ୍ରତି ପୋଷଣ କରିଥାନ୍ତି l ତା ଆଜିର ଦିନରେ ଲୋପ ହେବାକୁ ବସିଲାଣି, ଏହି ଭିକ୍ଷା ବୃତ୍ତି ଓ କଳା ପ୍ରଦର୍ଶନ ଦେଖିବାକୁ ମିଳୁନାହିଁ l ହଜିଯାଉଛି ମୁଣ୍ଡ ପୋତା କେଳାଙ୍କ କଳାବୃତି, ଏହି କଳାକାର କେଳା ମାନେ ଗାଁ କୁ ଆସିଲେ ସେମାନଙ୍କ ବେଶ ଭୂଷା ଓ ପ୍ରଦର୍ଶନ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକୃଷ୍ଟ କରୁଥିଲା l କିନ୍ତୁ ଆଜି ଏହି କଳା ଦେଖିବାକୁ ସ୍ବପ୍ନ ହୋଇଯାଇଛି l ହୁଏତ ଜୀବନ ଜୀବିକା ରେ ବାଧା ଉପୁଜି ଥାଇପାରେ ନଚେତ ଏହି କଳା ଆପଣାଉଥିବା କଳାକାର ଆଜିର ଦିନ ମାନଙ୍କରେ କରିବା ଛାଡି ଦେଲେଣି । କିମ୍ବା ପରବର୍ତ୍ତୀ ପିଢ଼ି ଅମଙ୍ଗ ହେଲେଣି । ଏହାର ପୁନଃରୁଦ୍ଧାର ପାଇଁ ସରକାର ହେଉ ବା ବେସରକାରୀ ସ୍ଥରରେ କିଛି କରିଥାନ୍ତେ ତାହା ଆଜିର ଦିନରେ ଜୀବିତ ହୋଇ ରହି ପାରିଥାନ୍ତା ବୋଲି କଳା ପ୍ରେମୀ ବନ୍ଧୁ ମାନେ ଯାହା କୁହନ୍ତି l ହଜି ଯାଉଥିବା କଳା କୁ ପୁନର୍ବାର ଆଣିବ କିଏ ତାହା ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଲାଣି l ମୁଣ୍ଡ ପୋତା କେଳାଙ୍କ ଦୁଃଖ କୁ ଅନ୍ତର ଭିତରେ ଅନୁଭବ କରି କଳାକାର ମାନଙ୍କୁ ପୁନର୍ଜୀବିତ ହୋଇପାରିବ ନାଁ ସମ୍ପୂର୍ଣ ଲୀନ ହୋଇଯିବ ତାହା ଦେଖିବାକୁ ବାକି ରହିଲା l
ବିଲୁପ୍ତ ହେବାକୁ ବସିଛି ମୁଣ୍ଡ ପୋତା କେଳାର କଳା କୌଶଳ !!!

