କଳିଙ୍ଗ ପେଶାଦାର ସାମ୍ବାଦିକ ସଙ୍ଘ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଭୁବନେଶ୍ୱର ସ୍ଥିତ ସଙ୍ଘ କାର୍ଯ୍ୟାଳୟ ଠାରେ ” କଳିଙ୍ଗ ପେଶାଦାର ସାମ୍ବାଦିକ ସଙ୍ଘ ତରଫରୁ ମଇ ଦିବସ ସମାରୋହ ରାଜ୍ୟ ସଭାପତି ମନୋଜ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ! ଏହି ଉପଲକ୍ଷେ ‘ ଗଣମାଧ୍ୟମ ବନାମ ସାମାଜିକ ଗଣମାଧ୍ୟମ ” ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ତୁଷାରକାନ୍ତି ବେହେରା, ମାନ୍ୟବର ମନ୍ତ୍ରୀ ଆଇ. ଟି. , କ୍ରୀଡା ଓ ଯୁବ କଲ୍ୟାଣ ଏବଂ ଗୃହ ବିଭାଗ , ମୁଖ୍ୟ ବକ୍ତା ବିଶିଷ୍ଟ ସାମ୍ବାଦିକ ଵାଲାଭାସ୍କର , ସମ୍ମାନିତ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ଅଧ୍ୟାପିକା ଡ଼କ୍ଟର ବିଜୟଲକ୍ଷ୍ମୀ ମହାନ୍ତି, ଅର୍ଗସ ନିୟୁଜ ର ନିର୍ଦ୍ଦେଶକ ତଥା ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା, ଶ୍ରମିକ ନେତା ନବ କିଶୋର ମହାନ୍ତି, ଅଭିନେତା ତଥା ନିର୍ଦ୍ଦେଶକ ଅଶ୍ରୁ ମୋଚନ ମହାନ୍ତି, କର୍ପୋରେଟର ଆସିୟା ବେଗମ ଯୋଗ ଦେଇଥିଲେ ! ସଙ୍ଘର ଉପସଭାପତି ଡ଼କ୍ଟର ଅରୂପ କୁମାର ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ରାଜ କିଶୋର ସ୍ୱାଇଁ ବିବରଣୀ ପାଠ କରିଥିଲେ ! ସଙ୍ଘର କାର୍ଯ୍ୟକାରୀ ସଭାପତି ପରମେଶ୍ୱର ଦାଶ ମଂଚାସୀନ ଥିଲେ ! ଏହି ଅବସରରେ ବିଭିନ୍ନ ଅଞ୍ଚଳର 22 ଜଣ ସାମ୍ବାଦିକ, ଜଣେ ସାରସ୍ୱତ ସାଧକ ଙ୍କୁ ସ୍ମୃତି ଫଳକ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସମସ୍ତ ଅତିଥି ବୃନ୍ଦଙ୍କୁ ସଙ୍ଘ ପକ୍ଷରୁ ପ୍ରୀତି ଉପହାର ପ୍ରଦାନ କରାଯାଇଥିଲା ! ସଭା ଆରମ୍ଭ ଆଗରୁ ରିୟଲ ଟ୍ୟୁନ ଏଣ୍ଡ ଫ୍ୟୂଜନ ବ୍ୟାଣ୍ଡ ପକ୍ଷରୁ ସଙ୍ଗୀତ ପରିବେଷଣ କରାଯାଇଥିଲା ! ବିଶିଷ୍ଟ କଣ୍ଠଶିଳ୍ପୀ କୈଳାସ ସାହୁ ଓ ଅନ୍ୟମାନେ ଏଥିରେ ଅଂଶଗ୍ରହଣ କରିଥିଲେ ! ଶେଷରେ ରାମେଶ୍ଵର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ! ସଙ୍ଘର ଉପସଭାପତି ବିନାୟକ ମିଶ୍ର, ସୌରଭ ପଟ୍ଟନାୟକ, ସନ୍ତୋଷ ଦେହୁରୀ, ବାସୁଦେବ ବରାଡ଼, ଦୁଃଶାସନ ନାୟକ, ସମ୍ପାଦକ ସୁନାକର ଦାସ, ବିଶ୍ୱଜିତ ପଟ୍ଟନାୟକ, ବିଜୟ ସହିସ, ଯୋଗେଶ୍ୱର ଦାସ, ସୁନୀଲ ପଟ୍ଟନାୟକ, ସଂଗଠନ ସମ୍ପାଦକ ଦୀପକ ମହାପାତ୍ର, କୋଷାଧକ୍ଷ ସୁଭାଷ ସ୍ୱାଇଁ, ସୁକାନ୍ତ ମହାନ୍ତି, ନୀଳମଣି ସାହୁ, ଶୋଭାକର ବେହେରା, ଜୟସେନ ପରିଡା, ଅରୁଣ ଓତା, ସୁକୁମାର ରଣା, ଜିତୁ ପଟ୍ଟନାୟକଙ୍କ ସମେତ ରାଜ୍ୟରୁ 250 ସାମ୍ବାଦିକ ଯୋଗ ଦେଇଥିଲେ !

Leave a Reply

Your email address will not be published. Required fields are marked *