ଶୋଭାରାଣୀ ମିଶ୍ରଙ୍କୁ ମିଳିଲା କୁସୁମ ଟିଭି ପ୍ରତିଭା ସମ୍ମାନ !!!

Spread the love

କେନ୍ଦ୍ରାପଡ଼ା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲାର ବର୍ଷିୟାନ ସମାଜସେବିକା ଶ୍ରୀମତୀ ଶୋଭାରାଣୀ ମିଶ୍ରଙ୍କୁ ସମାଜ ସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିମନ୍ତେ କୁସୁମ ଟିଭି ଦ୍ଵାରା ଓଡିଆ ନବବର୍ଷ ପାଳନ ଅବସରରେ କଟକ ଟାଉନ୍ ହଲ ଠାରେ କୁସୁମ ଟିଭି ପ୍ରତିଭା ସମ୍ମାନ -୨୦୨୩ ରେ ସମ୍ମାନିତ କରାଯାଇଛି ।

ଏଥିରେ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାର ପୂର୍ବତନ କଂସ ମହାରାଜ ଶ୍ରୀଯୁକ୍ତ ଭୁବନେଶ୍ୱର ପ୍ରଧାନ, ମୁଖ୍ୟ ବକ୍ତା ଭାବରେ ନାଟ୍ୟସୂର୍ଯ୍ୟ ବିଜୟ ଦାସ, ସମ୍ମାନୀତ ଅତିଥି ଭାବରେ ଡ଼ଃ ରଜନୀ ରଞ୍ଜନ, କୁସୁମ ମଞ୍ଜରୀ ଦାସ, ମମତା ପାଢ଼ୀ, ତପନ କୁମାର ମିଶ୍ର, ଆଡଦ୍ଭୋକେଟ ବିକାଶ ଦାସ, ଆଡଦ୍ଭୋକେଟ ମନୋରଞ୍ଜନ ଦାସ, ସମାଜସେବୀ ମେଘନାଦ ପ୍ରଧାନ ଆଦି ଯୋଗଦାନ କରିଥିଲେ । ବିସ୍ମୟ ନନ୍ଦଙ୍କ ଆବାହକତ୍ଵରେ ପରିଚାଳିତ ଏହି କାର୍ଯ୍ୟକ୍ରମକୁ ଆର୍.ଜେ ପ୍ରିୟଙ୍କା ଓ ଆର୍.ଜେ ଦୀପକ ଉପସ୍ଥାପନା କରିଥିଲେ । ଶୋଭାରାଣୀଙ୍କର ଏହି ସଫଳତା ପାଇଁ କେନ୍ଦ୍ରାପଡ଼ା ସତ୍ୟସାଇ ସେବା ସମିତି, ଚିନ୍ମୟ ଫାଉଣ୍ଡେସନ, ବ୍ୟାସଦେବ ବୈଦିକ ବ୍ରାହ୍ମଣ ମହାସଂଘ ସମେତ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷଙ୍କ ପାଖରୁ ପ୍ରଶଂସାର ସୁଅ ଛୁଟୁଥିବାର ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *