ବାଙ୍କୀ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ସି.ଆର.ପି ଏବଂ ଏମବିକେ ପଦବୀ ପାଇଁ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ବାନ କରାଯାଇଥିଲା । କିନ୍ତୁ ଏବେ ସାଙ୍ଘାତିକ କଥା ସାମ୍ନା କୁ ଆସିଛି ! ଜାଲ ଶିକ୍ଷା ପ୍ରମାଣ ପତ୍ର ରେ ନିଯୁକ୍ତି ଦିଆଯାଉ ଥିବା ଅଭିଯୋଗ ଆସିଛି । ମିଶନ ଶକ୍ତି ବାଙ୍କୀ ବ୍ଲକ ମାଧ୍ୟମରେ ଅଭିଯୋଗକାରିଣୀ ନମିତା ମିଶ୍ର ଅଭିଯୋଗ ଆଣିଛନ୍ତି ନକଲି ଶିକ୍ଷା ପ୍ରମାଣ ପତ୍ର ଦେଇ ନିଯୁକ୍ତି ଦିଆଯାଉଛି । ସେ ଦାବୀ କରିଛନ୍ତି ଉପଯୁକ୍ତ ଭାବେ ପ୍ରମାଣ ପତ୍ର ଗୁଡ଼ିକ ଯାଞ୍ଚ କରାଯାଇ ଯୋଗ୍ୟ ପାର୍ଥି ମାନଙ୍କୁ ନିଯୁକ୍ତି ଦିଆଯାଉ । ଗତ ୨୪ତାରିଖରେ ପଦବୀ ନିମନ୍ତେ ମନୋନୀତ ତାଲିକା ପ୍ରକାଶ ପାଇଛି । ଉକ୍ତ ପଦବୀର ଶିକ୍ଷାଗତ ଯୋଗ୍ୟତା ୧୦ ରଖାଯାଇଥିବା ବେଳେ ମନୋନୀତ ପ୍ରାର୍ଥିନୀ ମାନେ ୧୦ମ ପାସ୍ କରିନଥିଲେ ମଧ୍ୟ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ରରେ ୧୦ ମ ପାସ୍ କରିଥିବା ପ୍ରସ୍ତୁତ କରି ଏହି ପଦବୀ ନିମନ୍ତେ ଦରଖାସ୍ତ ଦେଇ ଚୟନ ହୋଇଥିବା ନେଇ ବାଙ୍କୀ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ନିକଟ ରେ ଅଭିଯୋଗ ହୋଇଛି । ଅଭିଯୋଗକାରିଣୀ ନମିତା ମିଶ୍ର ଉକ୍ତ ପଦବୀ ନିମନ୍ତେ ଯୋଗ୍ୟ ବିବେଚିତ ପ୍ରାର୍ଥୀ ମାନେ ବାଦ ପଡିଥିବା ବେଳେ , ଅଯୋଗ୍ୟ ପାର୍ଥିନୀ ମାନଙ୍କୁ ନିଯୁକ୍ତି ନେଇ ନୋଟିଫିକେସନ୍ କରାଯାଉଛି । ଜାଲ୍ ମାର୍ଟିକ୍ ସାର୍ଟିଫିକେଟ୍ ଶିକ୍ଷାଗତ ଯୋଗ୍ୟତାକୁ ସଠିକ୍ ଭାବରେ ଯାଞ୍ଚ କରାଯିବା ସହିତ ଯୋଗ୍ୟ ପ୍ରାର୍ଥିନୀକୁ ଚୟନ କରାଯିବାକୁ ଅଭିଯୋଗକାରିଣୀ ନମିତା ମିଶ୍ର ବାଙ୍କୀ ବ୍ଲକ କାର୍ଯ୍ୟାଳୟକୁ ଯାଇ ବି.ଡି.ଓ କ୍ଷୀତିସ୍ ବେହେରାଙ୍କ ନିକଟରେ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ବିଡିଓ ଶ୍ରୀ ବେହେରା ପ୍ରକାଶ କରିଥିବା ବେଳେ ଓଲ୍ଏମ ଅକ୍ଷୟ ଭଟ୍ଟ କ୍ୟାମେରା ଆଗରେ କିଛି କହିନାହାନ୍ତି ! ନକଲି ଶିକ୍ଷା ପ୍ରମାଣ ପତ୍ର ଦେଇଥିବା କଥା ମୌଖିକ ଭାବରେ କହିଥିଲେ , ତେବେ ସେ ଚାପ ରେ ଏଭଳି ନିଯୁକ୍ତି ଦେବାକୁ ବାଧ୍ୟ ହୋଇଥିବା ପ୍ରକାଶ କରିବା ପରେ ଅନେକ ବୁଦ୍ଧିଜୀବି ଏହାକୁ ନେଇ ଆଲୋଚନା କରୁଛନ୍ତି ! ତେବେ ନକଲି ଶିକ୍ଷା ପ୍ରମାଣ ପତ୍ର ସେହି ଅକ୍ଷୟ ଭଟ୍ଟ ଯୋଗାଇ ଭଲ ଦି ପଇସା ରୋଜଗାର କରୁଥିବାର ଅଭିଯୋଗ ଆସିଛି ! ନିଜକୁ ସଫେଦ ରଖିବାକୁ ବିଭିନ୍ନ ପ୍ରକାରର ଖେଳ ଖେଳୁଛନ୍ତି । ଏହାର ଉପଯୁକ୍ତ ତଦନ୍ତ କରାଗଲେ ନକଲି ଶିକ୍ଷା ପ୍ରମାଣ ପତ୍ର ଲିଙ୍କ ର ବଡ ଗୁମର ସାମ୍ନା କୁ ଆସିବ ।
ବାଙ୍କୀ ରେ ସିଆରପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ !!!

