ବିବାହ ପୂର୍ବରୁ ନାବାଳିକା କୁ ଉଦ୍ଧାର କଲା ଚାଇଲଡ ଲାଇନ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଫତେଗଡ ଥାନା ଅନ୍ତର୍ଗତ ଭାପୁର ବ୍ଲକ ଭଗବାନପୁର ପଞ୍ଚାୟତର ପ୍ରଶାନ୍ତ କୁମାର ନାୟକ ଙ୍କର , ଜଣେ ନାବାଳିକା କନ୍ୟା ସହିତ ଭଗବାନପୁର ଏକ ମନ୍ଦିରରେ ବିବାହ ପାଇଁ ସ୍ଥିର ହୋଇଥିଲା । ଏଥି ପାଇଁ ଝିଅ ଘର ଓ ପୁଅ ଘର ପ୍ରସ୍ତୁତ ହୋଇଥିଲେ । କୌଣସି ସୂତ୍ରରୁ ନୟାଗଡ ଜିଲ୍ଲା ଚାଇଲ୍ଡ ଲାଇନ୍ ର ସଦସ୍ୟ ଖବର ପାଇ ଭାପୁର ଶିଶୁ ବିଭାଗ ପ୍ରକଳ୍ପ ଅଧିକାରୀ ରେଣୁବାଳା ନନ୍ଦ , ସୁପରଭାଇଜର ସନ୍ତୋଷିନି ପାଣି, ଜ୍ୟୋତିମୟୀ ସାହୁ ଓ ଫେତଗଡ ପୋଲିସ ଫୋର୍ସ ସହାୟତାରେ ନାବାଳିକା କନ୍ୟାକୁ ଉଦ୍ଧାର କରିଥିଲେ । ବର୍ତମାନ ଉଦ୍ଧାର ନାବାଳିକା ଚାଇଲ୍ଡ ଲାଇନ୍ ସଖି କେନ୍ଦ୍ରରେ ରହିଥିବା ସୂଚନା ମିଳିଛି ।

 

Leave a Reply

Your email address will not be published. Required fields are marked *