ଭିଡିଓ କନଫରେନ୍ସି ଜରିଆରେ ବାଣପୁରର ୪ ଟି ସ୍କୁଲକୁ 5Tରେ ରୂପାନ୍ତରଣ କଲେ ମୁଖ୍ୟମନ୍ତ୍ରୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଭିଡିଓ କନଫରେନ୍ସି ମାଧ୍ୟମରେ ଓଡିଶାରେ ୩୨୩ ସ୍କୁଲକୁ ରୂପାନ୍ତରଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ । ଖୋର୍ଦ୍ଧା ଜିଲ୍ଲାରେ ୬୨ ଟି ସ୍କୁଲକୁ ରୂପାନ୍ତରଣ କରିଥିବା ସମୟରେ ବାଣପୁରର ୪ ଟି ସ୍କୁଲକୁ ସାମିଲ କରାଯାଇଛି । ବାଣପୁର ଏନଏସି ନୋଡାଲ ସ୍କୁଲ, ବିଷ୍ଣୁଡିହ ପଞ୍ଚାୟତର ଖଣତ ୟୁଜି ହାଇସ୍କୁଲ, ଦାମିଆ ବରବରା ପଂଚାୟତର ବାଙ୍କିଆପଲ୍ଲୀ ୟୁଜି ହାଇସ୍କୁଲ ଓ ନରେନ୍ଦ୍ରପୁର ପଂଚାୟତର ବଡସିରେଇପୁର ୟୁଜି ହାଇସ୍କୁଲର ଆଜି 5T ସ୍କୁଲରେ ରୂପାନ୍ତକରଣ କରାଗଲା । ଏହାଥିଲା ତୃତୀୟ ପର୍ଯ୍ୟୟ 5T ସ୍କୁଲର ରୂପାନ୍ତିକରଣ, ଖୋର୍ଦ୍ଧାରେ ଆୟୋଜିତ କାର୍ଯ୍ୟକ୍ରମରେ 5T ସଚିବ ଭି କେ ପାଣ୍ଡିଆନଙ୍କ ସମେତ ଜିଲ୍ଲା ପଦାଧିକାରୀ ଅଧିକାରୀ ସାମିଲ ଥିଲେ । କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5T ସଚିବ ବାକି ରହି ଯାଇଥିବା ସ୍କୁଲ ଗୁଡିକର ନିଆଯାଇଥିବା ପଦକ୍ଷପ ତ୍ବରାନ୍ନିତ ଭାବେ ଆଗାମୀ ଡିସେମ୍ବର ମାସ ଶେଷ ସୁଦ୍ଧା ସମାପନ କରିବାର ପ୍ରତିଶୃତି ଦେଇଥିଲେ । ବାଣପୁର ନୋଡାଲ ହାଇସ୍କୁଲ ପରିସରରେ ଭିିଡିଓ କନଫରେନ୍ସିର ସମସ୍ତ ଆୟୋଜନ କରାଯାଇଥିଲା । ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଆନୁଷ୍ଠାନିକ ଭାବେ ଆୟୋଜନ କରିଥିବା ସମୟରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଅନ୍ୟାନ୍ୟ ଉପସ୍ଥିତ ଅତିଥି ମାନଙ୍କ ମଧ୍ୟରେ ବାଣପୁର ବିଡିଓ ଶ୍ରୀମତି ଶୀତଲ ଅଗ୍ରଓ୍ବାଲ, ଇଓ ଶ୍ରୀ ଅବିନାଶ ମହାନ୍ତି, ସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ମା ଭଗବତୀ ଏଣ୍ଡାଓମେଣ୍ଟ ଶ୍ରୀ ବାଳମୁକୁନ୍ଦ ଦାସ ଓ ଏନଏସିର ସମସ୍ତ ପରିଷଦ ଓ ଉପାଧ୍ୟକ୍ଷା ଶ୍ରୀମତି ପ୍ରାଚୀପ୍ରଭା ସ୍ୱାଇଁ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *