ବାଣପୁର ଗସ୍ତରେ ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ଏଡିଏମ ମନୋଜ କୁମାର ପାଢ଼ୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ଏଡିଏମ ତଥା ବର୍ତ୍ତମାନର ସ୍କୁଲ ଓ ମାସ ଏଜୁକେଶନ ର ଆଡିସନାଲ୍ ସେକ୍ରେଟାରୀ ମନୋଜ କୁମାର ପାଢ଼ୀ ବାଣପୁର ଗସ୍ତକରି ବାଣପୁର ର ଅଧିଷ୍ଠାତ୍ରୀ ଦେବୀ ମାଆ ଭଗବତୀଙ୍କୁ ଦର୍ଶନ କରିଛନ୍ତି । ପୂର୍ବତନ ଏଡିଏମ ଶ୍ରୀ ପାଢ଼ୀ ଭଗବତୀ ଙ୍କ ମନ୍ଦିର ନିକଟରେ ପହଁଚିବା ପରେ ବାଣପୁର ବିଜ୍ଞାପିତ ଅଞ୍ଚଳର ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ମାଆ ଭଗବତୀ ମନ୍ଦିରର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳ ମୁକୁନ୍ଦ ଦାସ ଉପସ୍ଥିତ ରହି ତାଙ୍କୁ ପୁଷ୍ପଗଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ଶ୍ରୀ ପାଢ଼ୀ ମାଆ ଭଗବତୀଙ୍କ ମନ୍ଦିର ପରିଦର୍ଶନ କରିବା ସହିତ କିପରି ମନ୍ଦିରର ଉନ୍ନତି ମୂଳକ କାର୍ଯ୍ୟ ହୋଇ ପାରିବ ସେ ଉପରେ କିଛି ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *